କନକ ବ୍ୟୁରୋ: ଉତ୍ତରାଖଣ୍ଡରେ ନିର୍ବାଚନୀ ଇସ୍ତାହାର ଜାରି କଲା ବିଜେପି । ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ବିଜେପି ନିବାଚନୀ ଇସ୍ତାହାର ଜାରି କରିଛି ବିଜେପି । କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରି ଏହା ଜନତାଙ୍କୁ ସର୍ମପିତ କରିଛନ୍ତି । ପ୍ରତିବର୍ଷ ୫୦ ହଜାର ସରକାରୀ ଚାକିରୀ ଦିଆଯିବ ।ଶାସନକୁ ଆସିବା ପରେ ହିଁ ୨୪ ହଜାର ଚାକିରୀ ଦିଆଯିବ ।ଅଣ ସଂଗଠିତ ଶ୍ରମିକ ଓ ଗରୀବଙ୍କୁ ମାସକୁ ୬ ହଜାର ଟଙ୍କାର ପେନସନ ଓ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୀବନ ବିମା ପ୍ରଦାନ କରାଯିବ । ହରିଦ୍ୱାର ହେବ ଯୋଗର ଅନ୍ତରାଷ୍ଟ୍ରିୟ ରାଜଧାନୀ ।ବେଦ ପାଠଶାଳା ପାଇଁ ଏକ ହଜାର କୋଟି ଟଙ୍କା ଦିଆଯିବ ।

Advertisment

ପ୍ରତି ଜିଲ୍ଲାରେ ଏକ ହସ୍ପିଟାଲକୁପ ସୁପର ସ୍ପେସାଲିଷ୍ଟ ହପ୍ସିଟାଲରେ ରୁପାନ୍ତରିତ କରାଯିବ । ଲବ ଜିହାଦ ଆଇନରେ ସଂସୋଧନ କରି ଆହୁରି କଠୋର କରାଯିବ । ଯେଉଁଥିରେ ଦୋଷିଙ୍କୁ ୨ ବର୍ଷର ଦଣ୍ଡ ବିଧାନ ରହିବ । ରାଜ୍ୟର ସମସ୍ତ ଗ୍ରାମରେ ୪ ଜି ଓ ୫ ଜି ନେଟୱାର୍କ ସେବାରେ ଯୋଡା ଯିବ । ପୁର୍ବତନ ସିଡିଏସ ଜେନେରାଲ ବିପିନ ରାୱତ କ୍ରେଡିଟ ଗ୍ୟାରେଂଟି ଫଣ୍ଡ ଟ୍ରଷ୍ଟର ଗଠନ କରି, ପୁର୍ବତନ ସୈନିକଙ୍କୁ ୫୦ ପ୍ରତିଶତ ସୁଧହାର ରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ ଦିଆଯିବ ବୋଲି ଇସ୍ତାହାର ପତ୍ରରେ ବିଜେପି କହିଛି ।