ମନ୍ତ୍ରୀଙ୍କ ବିବୃତ୍ତି ପ୍ରସଙ୍ଗରେ ବିଜେପିର ଅଭିଯୋଗ: କହିଲା, ଦୋଷ କରି ନାଲି ଆଖି ଦେଖାଉଛନ୍ତି ମନ୍ତ୍ରୀ 

125

କନକ ବ୍ୟୁରୋ: ଦିବ୍ୟଶଙ୍କର ମିଶ୍ରଙ୍କ ବିବୃତ୍ତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲା ବିଜେପି । ପ୍ରେସମିଟ କରି ମନ୍ତ୍ରୀଙ୍କ ବିବୃତ୍ତି ବିରୋଧରେ ଅଭିଯୋଗ ଆଣିଛନ୍ତି । ଏନେଇ ବିଜେପି କହିଛି, ଏତେ ଦିନ ପରେ ମନ୍ତ୍ରୀ କହୁଛନ୍ତି ସେ ମର୍ମାହତ ଅଛନ୍ତି । ଏତେ ଦିନ ପରେ ବି ସେ ମୃତକଙ୍କ ପରିବାରକୁ ଭେଟିଲେନି । ଏଥିରୁ ଜଣା ପଡୁଛି ସେ କେତେ ମର୍ମାହତ । ମନ୍ତ୍ରୀଙ୍କ ଯୋଜନାରୁ ମମିତାଙ୍କୁ ହତ୍ୟା କରାଗଲା ।

ସେ ଆହୁରି ମଧ୍ୟ କହିଛନ୍ତି, ଦିବ୍ୟ ଶଙ୍କର ମିଶ୍ର ରାଜ୍ୟର ଗୃହ ରାଷ୍ଟ୍ରମନ୍ତ୍ରୀ ଅଛନ୍ତି । ଆଉ ତଦନ୍ତ ଓଡିଶା ପୋଲିସ କରୁଛି । ଜାଣି ଶୁଣି ମୂଳରୁ ତଥ୍ୟ ପ୍ରମାଣ ନଷ୍ଟ କରି, ଆଇନର ହାତ ମୋଡି ତଦନ୍ତକୁ ଭିନ୍ନ ମୋଡ ଦିଆଯାଉଛି । ଆଉ ସେପଟେ କହୁଛନ୍ତି ମମିତାକୁ ନ୍ୟାୟ ମିଳିବ । ସରକାର ଜଣାଶୁଣି ଲୋକମାନଙ୍କୁ ଭ୍ରମିତ କରୁଛନ୍ତି ।

ଏ ହେଉଛନ୍ତି ସେହି ମନ୍ତ୍ରୀ ଯିଏ ରାୟପୁରଠାରେ ମମିତା ଓ ଗୋବିନ୍ଦକୁ ମିଶାଇବାକୁ ଯୋଜନା କରିଥିଲେ । ସାଢେ ୪ କୋଟି ଓଡିଆ ଜାଣିବାକୁ ଚାହୁଁଛନ୍ତି ମମିତାଙ୍କ ସହ କଣ ହୋଇଥିଲା ? ମନ୍ତ୍ରୀ ତାର ଉତ୍ତର କାହିଁକି ରଖିଲେନି? ସାଂସ୍କୃତିକ କାର୍ଯ୍ୟକ୍ରମ ପରେ ବି ମନ୍ତ୍ରୀ କଲେଜକୁ ଯାଇଛନ୍ତି । କଲେଜରେ ରାତ୍ରୀ ଯାପନ କରିଛନ୍ତି । ଦୋଷ କରି ଗଣ ମାଧ୍ୟମକୁ ନାଲିଆଖି ଦେଖାଉଛନ୍ତି ମନ୍ତ୍ରୀ ।