କନକ ବ୍ୟୁରୋ: ଗୋଆର ୪୦ଟି ବିଧାନ ସଭା ଆସନରୁ ୩୬ଟି ସିଟ ପାଇଁ ପ୍ରାର୍ଥୀଙ୍କ ନା ଘୋଷଣା କରିଛି ବିଜେପି । କିନ୍ତୁ ତାଲିକାରେ ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ପୁଅ ଉତ୍ପଳ ପାରିକରଙ୍କ ନାଁ ନାହିଁ । ଯାହାକୁ ନେଇ ତେଜୁଛି ରାଜନୀତି । ଉତ୍ପଳଙ୍କୁ ବିଜେପି ଟିକେଟ୍ ନଦେବା ଦୁର୍ଭାଗ୍ୟନଜକ ଆଉ ଉତ୍ପଳ ଯଦି ସ୍ୱାଧୀନ ଲଢିବେ ତେବେ ଶିବସେନା ସମର୍ଥନ ଦେବ ବୋଲି କହିଛନ୍ତି ସଞ୍ଜୟ ରାଉତ । ସେପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଉତ୍ପଳଙ୍କୁ ଆମ ଆଦମୀ ପାର୍ଟିରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରିଛନ୍ତି ।
ତେବେ ସମ୍ପୂର୍ଣ୍ଣ ଘଟଣା କିଛି ଏଭଳି, ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ଗୋଆରେ ୩୪ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେପି । କିନ୍ତୁ ଏଥିରେ ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ପୁଅ ଉତ୍ପଳ ପାରିକରଙ୍କ ନା ନାହିଁ । ଯାହାକୁ ନେଇ ଗୋଆ ବିଜେପି କର୍ମକର୍ତାଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ପାଣାଜୀରୁ ଉତ୍ପଳ ନିର୍ବାଚନ ଲଢିବାକୁ ଚାହୁଁଥିବାବେଳେ ଏଠାରୁ ବିଜେପି ବର୍ତମାନର ବିଧାୟକ ଆଂଟାନାସିଓ ମୋନସେରେଟଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି । ଉତ୍ପଳଙ୍କୁ ଟିକେଟ୍ ନ ମିଳିବା ପରେ ତାଙ୍କୁ ଅନ୍ୟ ଦଳରେ ଯୋଗ ଦେବା ପାଇଁ ନିମନ୍ତ୍ରଣର ସୁଅ ଛୁଟିବାରେ ଲାଗିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ୍ କରି ଉତ୍ପଳଙ୍କୁ ଆପରେ ଯୋଗ ଦେବାପାଇଁ କହିଛନ୍ତି ।
ପାଖେଇ ଆସୁଛି ଗୋଆ ବିଧାନସଭା ନିର୍ବାଚନ ତାରିଖ । ଯାହାକୁ ନେଇ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତି ଜୋରଦାର ଆରମ୍ଭ କରିଛନ୍ତି । ଏଥର ନିର୍ବାଚନରେ ଏନସିିପି-ଶିବସେନା ମିଳିତ ଭାବେ ଗୋଆରେ ନିର୍ବାଚନ ଲଢୁଥିବାବେଳେ ଗୋଆ ନିର୍ବାଚନକୁ ନେଇ କଂଗ୍ରେସ ଓ ଟିଏମସି ମଧ୍ୟ ଜୋର ସୋର ଉଦ୍ୟମ ଚଳାଇଛନ୍ତି । ସେପଟେ ଉତ୍ପଳ ଯଦି ସ୍ୱାଧୀନ ଭାବେ ନିର୍ବାଚନ ଲଢିବେ ତାହାଲେ ତାଙ୍କୁ ଶିବସେନା ପୂର୍ଣ୍ଣ ସମର୍ଥନ କରିବ ବୋଲି କହିଛନ୍ତି ସାଂସଦ ସଂଜୟ ରାଉତ । ଉତ୍ପଳଙ୍କୁ ଟିକେଟ୍ ନ ମିଳିବା ନେଇ ବିବାଦ ତେଜୁଥିବାବେଳେ ଗୋଆ ପାଇଁ ବିଜେପିର ନିର୍ବାଚନ ପ୍ରଭାରୀ ଥିବା ଦେବେନ୍ଦ୍ର ଫଡନବିସ କହିଛନ୍ତି ଦଳ ଯାହା ବି ନିଷ୍ପତି ନେଇଛି ବୁଝି ବିଚାରି ନେଇଛି । ଏପରି ସ୍ଥଳ ଉତ୍ପଳ ପାରିକର ବିଜେପିରେ ରହୁଛନ୍ତି ନା ଦଳ ଛାଡୁଛନ୍ତି, ତାହା ଦେକିବାକୁ ବାକି ରହିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/01/Utpal-Parrikar.jpg)