ମମିତା ମେହେର ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ବିଜେପିର ସ୍ୱତନ୍ତ୍ର ରଣନୀତି: ବିଧାନସଭା ଭିତରେ ହଟଚମଟ ପରେ ବାହାରେ ପ୍ରତିବାଦ କରୁଛି ଦଳ

93

କନକ ବ୍ୟୁରୋ: ମମିତା ମେହେର ପ୍ରସଙ୍ଗରେ ବିଧାନସଭା ପରେ ଆଜି ବାହାରେ ପ୍ରତିବାଦ କରୁଛି ବିଜେପି । ସରକାରଙ୍କୁ ଘେରିବାକୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ଦଳ । ଆଜି ବିଧାନସଭା ଘେରାଉ କରିବ ବିଜେପି ଯୁବ ମୋର୍ଚ୍ଚା । ମମିତା ମେହେର ହତ୍ୟା ପ୍ରସଙ୍ଗରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଓ ସିବିଆଇ ତଦନ୍ତ ଦାବିରେ ବିଧାନସଭା ଘେରିବ ବିଜେପି ଯୁବ ମୋର୍ଚ୍ଚା ।

ରାମ ମନ୍ଦିର ଛକରୁ ବିଜେପି ଯୁବ ମୋର୍ଚ୍ଚା ଏକ ବିଶାଳ ଶୋଭାଯାତ୍ରାରେ ବାହାରି ପିଏମଜିରେ ପହଂଚିବ । ସେଠାରେ ଦଳ ପକ୍ଷରୁ ପ୍ରତିବାଦ ସଭା କରାଯିବ । ସେହିପରି ଆସନ୍ତାକାଲି କଂଗ୍ରେସ ମଧ୍ୟ ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରାଉ କରିବ ବୋଲି ଜଣାପଡିଛି । ବିଧାନସଭାରେ ବିରୋଧୀ ବିଜେପି ଏବଂ କଂଗ୍ରେସ ମମିତା ମେହେର ପ୍ରସଙ୍ଗରେ ମନ୍ତ୍ରୀଙ୍କ ବହିଷ୍କାର ଦାବି କରୁଛନ୍ତି । ଯାହାକୁ ନେଇ ଗୃହ କାର୍ଯ୍ୟ ଚାଲିପାରୁନି ।