କନକ ବ୍ୟୁରୋ: ଫର୍ମ ୧୧ ଅନୁସାରେ ପ୍ରିଜାଇଡିଂ ଅଫିସର ଦେଇଥିବା ଭୋଟର ସଂଖ୍ୟାକୁ ଗୁରୁତ୍ୱ ନଦେଇ ଭୋଟ ବାକ୍ସରେ ଥିବା ବାଲଟ ପେପର ଅନୁସାରେ ମତଦାନ ଗଣନା କରାଯିବାକୁ ବିରୋଧ କରିଛନ୍ତି ବିଜେପି ଓ କଂଗ୍ରେସ । ଶାସକ ଦଳକୁ ଗଳାବାଟରେ ବିଜୟୀ କରିବା ପାଇଁ ନିର୍ବାଚନ କମିଶନ ଉଦ୍ୟମ କରୁଥିବା ଅଭିଯୋଗ ଆଣିଛି ବିଜେପି । କଂଗ୍ରେସ ମଧ୍ୟ ଅନୁରୂପ ଅଭିଯୋଗ ଆଣିଛି । ପରାଜୟ ଭୟରେ ବିରୋଧୀ ଦଳ ଏପରି ଅଭିଯୋଗ କରୁଥିବା କହିଛି ବିଜେଡି । ତେବେ ବିରୋଧୀଙ୍କ ପ୍ରତିବାଦ ପରେ ଗଣତି ନିୟମରେ କିଛି ପରବର୍ତ୍ତନ କରିଛନ୍ତି ନିର୍ବାଚନ କମିସନ ।
- ଗଣିତ ବିଗାଡିବ କି ଗଣତି?
- ପ୍ରତିବାଦ କଲେ ବିରୋଧୀ
ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ଆଗରେ ବିଜେପିର ବିକ୍ଷୋଭ । ପଞ୍ଚାୟତ ଭୋଟ ଗଣତି ପାଇଁ କରାଯାଇଥିବା ନିୟମକୁ ବିରୋଧ କରି କମିଶନଙ୍କ ବିରୁଦ୍ଧରେ ନାରାବାଜି । ପ୍ରିଜାଇଡିଂ ଅଫିସର ଦେଇଥିବା ଫର୍ମ ୧୧ ଅନୁସାରେ ଭୋଟର ସଂଖ୍ୟା ଗଣନା କରାନଯିବା ଓ ଭୋଟ୍ ବାକ୍ସରେ ଥିବା ବ୍ୟାଲଟ ପେପର ଅନୁସାରେ ମତଦାନ ଗଣନା କରାଯିବାକୁ ନେଇ ପ୍ରତିବାଦ କରିଥିଲେ ବିରୋଧୀ । ବିରୋଧୀଙ୍କ ପ୍ରତିବାଦ ପରେ ଗଣତି ନିୟମରେ କିଛି ପରବର୍ତ୍ତନ କରିଛନ୍ତି ନିର୍ବାଚନ କମିସନ । ନଜର ପକାନ୍ତୁ ନିର୍ବାଚନ କମିସନଙ୍କ ନୂଆ ନିର୍ଦ୍ଦେଶନାମା ଉପରେ –
ଯଦି ଭୋଟ ବାକ୍ସରେ ଭୋଟର ସଂଖ୍ୟାଠାରୁ ଅଧିକ ବାଲଟ ପେପର୍ ଥାଏ, ତେବେ ଗଣତି ସ୍ଥଗିତ ରହିବ । ଭୋଟ ବକ୍ସରେ ବାଲଟ ପେପର ଓ ବାଲଟ ପେପର୍ ଆକାଉଣ୍ଟରେ ତାରତମ୍ୟ ରହିଥିଲେ, ଇଲେକ୍ଟୋରାଲ୍ ରୋଲ୍ ଏବଂ ପ୍ରଜାଇଡିଂ ଅଫିସରଙ୍କ ହିସାବ ଅନୁସାରେ ଏହାକୁ ସଂଶୋଧନ କରାଯିବ । ଭୋଟ ବାକ୍ସରେ ବାଲଟ ପେପର ଓ ବାଲଟ ପେପର୍ ଆକାଉଣ୍ଟରେ ତାଳମେଳ ନଥିଲେ ସବୁଠୁ ଅଧିକ ଭୋଟ ପାଇଥିବା ୨ ପ୍ରାର୍ଥୀଙ୍କ ଭୋଟ ବ୍ୟବଧାନକୁ ଦେଖି ଫଳାଫଳ ପ୍ରକାଶ ପାଇବ ।