କନକ ବ୍ୟୁରୋ: ମହାଲିଙ୍ଗ ଷ୍ଟାଡିୟମରେ ବିଜେପି ପ୍ରତିନିଧି ଦଳ । ବିଜେପି ରାଜ୍ୟସ୍ତରୀୟ ୧୫ ଜଣିଆ ଟିମ ମହାଲିଙ୍ଗ ଷ୍ଟାଡିୟମରେ ପହଞ୍ଚି ସେହି ଅଞ୍ଚଳକୁ ବୁଲି ଦେଖିଛନ୍ତି । ମହାଲିଙ୍ଗର ଯେଉଁ ଷ୍ଟାଡିୟମରେ ମମିତା ମେହେରଙ୍କୁ ମାରି ପୋତି ଦିଆଯାଇଥିଲା ସେଠାରେ ବିଜେପି ଟିମ ପହଞ୍ଚିଛନ୍ତି । ୨୬ ଓ ୨୭ଦୁଇ ଦିନ ଧରି ରାଜ୍ୟର ସମସ୍ତ ଏସପି ଅଫିସକୁ ଘେରାଓ କରିବାକୁ ଯୋଜନା କରିଛି ବିଜେପି । ଏହାରି ଭିତରେ ମହାଲିଙ୍ଗ ଷ୍ଟାଡିୟମରେ ପହଞ୍ଚିଛନ୍ତି ବିଜେପି ପ୍ରତିନିଧି ଦଳ ।
ଏହାପୂର୍ବରୁ ମହାଲିଙ୍ଗ ସନସାଇନ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ପରିବାରକୁ ଭେଟିଥିଲା ବିଜେପିର ପ୍ରତିନିଧି ଦଳ । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ୧୫ ଜଣିଆ ପ୍ରତିନିଧି ଦଳ ମମିତାଙ୍କ ପରିବାରକୁ ଭେଟିଥିଲେ । ବିଜେପି ଟିମ୍ ମମିତାଙ୍କ ପରିବାରକୁ ଭେଟିବା ସହ ଘଟଣା ସଂପର୍କରେ ଆଲୋଚନା କରିଛନ୍ତିି । ସୂଚନା ଅନୁଯାୟୀ, ଏହି ଟିମ୍ ସ୍ଥାନୀୟ ଲୋକ ଓ ପୁଲିସ ପ୍ରଶାସନ ସହ ମଧ୍ୟ ମମିତା ମୃତ୍ୟୁ ଘଟଣା ଓ କଲେଜ କେଳେଙ୍କାରୀ ଘଟଣା ଉପରେ ଆଲୋଚନା କରିବେ । ଏହି ପ୍ରତିନିଧି ଦଳରେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର, ବିଧାୟକ ମୋହନ ମାଝୀ , ବିଧାୟକ ମୁକେଶ ମହାଲିଙ୍ଗଙ୍କ ସମେତ ଦଳର କିଛି ବରିଷ୍ଠ ନେତା ଯାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/10/vlcsnap-2021-10-26-15h22m44s603.png)