କନକ ବ୍ୟୁରୋ : ମମିତା ହତ୍ୟା ମାମଲାର ସରଜମିନ ଅନୁଧ୍ୟାନ ପାଇଁ ଆଜି ଓଡ଼ିଶା ଆସିବେ ବିଜେପିର ତିିନି ଜଣିଆ କେନ୍ଦ୍ରୀୟ ପ୍ରତିନିଧି ଦଳ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନିର୍ଦ୍ଦେଶରେ ବିଜେପି ସାଂସଦ ସୁନିତା ଦୁଗଲ, ବିଜେପି ମହିଳା ମୋର୍ଚ୍ଚା ସଭାପତି ଏସ୍ ଶ୍ରୀନିବାସନ୍ ଏବଂ ବିଜେପି ବିଧାୟକ ରୂପା ମିତ୍ର ଚୌଧୁରୀଙ୍କୁ ନେଇ ତିନି ଜଣିଆ କମିଟି ଗଠନ କରାଯାଇଛି ।
ପ୍ରଥମେ ମମିତାଙ୍କ ପରିବାରକୁ ଏହି ଟିମ୍ ଭେଟିବେ । ପରିବାର ସହ ଆଲୋଚନା କରିବେ । ତାପରେ ମହାଲିଙ୍ଗ ଯାଇ ଯେଉଁଠି ମମିତାଙ୍କ ଶବକୁ ପୋଡି ଦିଆଯାଇଥିଲା ସେଠାରେ ଅନୁଧ୍ୟାନ କରିବେ । ଅନୁଧ୍ୟାନ ପରେ ଏହି ଟିମ୍ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ରିପୋର୍ଟ ଦେବ । ଆସନ୍ତାକାଲି ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀ କରିବାର କାର୍ଯ୍ୟକ୍ରମ ରହିଛି । ଏଥିସହ ଆଜିଠାରୁ ତିନି ଦିନ ଧରି ରାଜ୍ୟର ସମସ୍ତ ୬୨୫ ଥାନା ଘେରାଉ କରିବ ବିଜେପି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/10/10-33.jpg)