କନକ ବ୍ୟୁରୋ : ବାଲେଶ୍ୱର ସଦର ବିଧାନସଭା ଉପନିର୍ବାଚନ ପାଇଁ ଭୋଟଗ୍ରହଣ ନଭେମ୍ବର ୩ ତାରିଖରେ ହେବ । ଏଥିପାଇଁ ଚାଲିଛି ନାମାଙ୍କନ ପ୍ରକ୍ରିୟା । ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିନଥିବାବେଳେ ମାନସ ଦତ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି । ଗତକାଲି ବିଜେପି ତାଙ୍କ ନାଁ ଘୋଷଣା କରିବା ପରେ ମାନସ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି । କରୋନା କଟକଣା ଭିତରେ ସେ ପ୍ରଚାର ଆରମ୍ଭ କରିଛନ୍ତି । ବିଜେଡି ଓ କଂଗ୍ରେସ ଏ ଯାଏଁ ପ୍ରାର୍ଥୀ ଘୋଷଣା କରିନାହାନ୍ତି ।

Advertisment