କନକ ବ୍ୟୁରୋ: ଦ୍ୱିତୀୟ ପର୍ଯ୍ୟାୟ ମତଦାନ ବେଳେ ଜଗତସିଂହପୁର ଜିଲ୍ଲାରେ ଘଟିଥିବା ବିଶୃଙ୍ଖଳା ନେଇ ନିର୍ବାଚନ କମିଶନଙ୍କୁ ଫେରାଦ ହେଲା ବିଜେଡି । ଦଳ ଅଭିଯୋଗ କରିଛି ଯେ, ପ୍ରଥମ ପର୍ଯ୍ୟାୟରେ ବିଜେପି ହିଂସା ଭିଆଇ ବିଶୃଙ୍ଖଳା କରିଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ବି ବିଜେପି ଜଗତସିଂହପୁର ଜିଲ୍ଲାରେ ବିଶୃଙ୍ଖଳ ଆଚରଣ କରିଛି ବୋଲି ଅଭିଯୋଗ କରିଛି ଦଳ ।
ସେପଟେ ବିଜେଡିର ଅଭିଯୋଗର ଜବାବ ରଖିଛି ବିଜେପି । ଦଳ କହିଛି, ବିଜେଡିର ଅଭିଯୋଗ ସୈତାନର ବେଦପାଠ । ପୋଲିସ୍ କ’ଣ କରୁଛି, କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ ବୋଲି ବିଜେପି ପ୍ରଶ୍ନ କରିଛି । ସେପଟେ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟିଛି ବିଜେପିର ପ୍ରତିନିଧି ମଣ୍ଡଳୀ । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନାମରେ ନିର୍ବାଚନ ଆଚରଣ ବିଧି ଉଲଂଘନର ଅଭିଯୋଗ ଆଣିଲା ଦଳ ।
ପଲ୍ଲୀ ପଂଚାୟତ ହାବେଳୀ ଗାଁ ନାଥ ସାହିରେ ଗତକାଲି ପୋଲିସ ସାଧାରଣ ଲୋକଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି । ଫଳରେ ଗାଁରେ ଚାପା ଉତେଜନା ଲାଗି ରହିଛି । ଗାଁ ଲୋକଙ୍କ ସୂଚନା ଅନୁସାରେ ପୋଲିସ ଗତକାଲି ବିଳମ୍ବିତ ରାତିରେ ଗାଁ ଭିତରକୁ ଆସି ଜଣେ ନିର୍ଦ୍ଧିଷ୍ଟ ପ୍ରାର୍ଥୀଙ୍କୁ ଭୋଟ୍ ଦେବା ପାଇଁ କହିବା ସହିତ ଟଙ୍କା ନେବାକୁ କହିଥିଲେ । ଏଥିରେ ଗାଁର ଯୁବକ ମନା କରିବାରୁ ପୋଲିସ ଆକ୍ରମଣ କରିଥିବା ନେଇ ଅଭିଯୋଗ କରିଛନ୍ତି ଗାଁ ଲୋକେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2022/02/44.jpg)