କନକ ବ୍ୟୁରୋ: ମାଲକାନଗିରି ଗସ୍ତରେ ବିଜେଡି ଟିମ୍। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମରେ ସ୍ଥିତି ଅନୁଧ୍ୟାନ ପାଇଁ ବିଜେଡି ଟିମ ଟ୍ରେନରେ ଯାତ୍ରା କରିଛି। ଅତୁନ ସବ୍ୟସାଚୀ ନାୟକ, ଭୃଗୁ ବକ୍ସିପାତ୍ର ଏବଂ ଝିନ ହିକକା ପୋଲଭରମ ପ୍ରକଳ୍ପରେ ରାଜ୍ୟର କ୍ଷତି ସମ୍ପର୍କରେ ଅନୁଧ୍ୟାନ କରିବାକୁ ଭୁବନେଶ୍ୱରରୁ ବାହାରିଛନ୍ତି। ଯାତ୍ରା କରିବା ପୂର୍ବରୁ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, ପୋଲାଭରମ ପ୍ରକଳ୍ପ କାରଣରୁ ମାଲକାନଗିରିର ଅନେକ ଅଞ୍ଚଳ କ୍ଷତିଗସ୍ତ ହେବ। ଏଥିପାଇଁ ମାଲକାନଗିରିର ଅଧିବାସୀମାନେ ଏହି ସମସ୍ୟାକୁ ନେଇ ଆମ ଦଳର ସଭାପତିଙ୍କୁ ଅବଗତ କରାଇଥିଲେ। ବିଜେଡି ଏହି ପ୍ରକଳ୍ପ ପାଇଁ ଆଇନଗତ ଦିଗ ମଧ୍ୟ୍ୟମରେ ମଧ୍ୟ ଲଢେଇ କରିଛି। ବଜେଟରେ କେନ୍ଦ୍ର ସରକାର ଯେଉଁଭଳି ଭାବରେ ଏହି ପ୍ରକଳ୍ପ ପାଇଁ ଅର୍ଥ ପ୍ରଦାନ କଲେ ତାହା ଦୁର୍ଭାଗ୍ୟଜନକ। ତେଣୁ ଆମ ଟିମ ସ୍ଥିତିକୁ ଅନୁଧ୍ୟାନ କାରି ଏକ ରିପୋର୍ଟ ଦଳର ସଭାପତିଙ୍କୁ ପ୍ରଦାନ କରିବ ବୋଲି ସେ କହିଛନ୍ତି।
ମାଲକାନଗିରି ଗସ୍ତରେ ବିଜେଡି ଟିମ୍। ପୋଲଭରମ ପ୍ରକଳ୍ପରେ ରାଜ୍ୟର କ୍ଷତି ସମ୍ପର୍କରେ କରିବ ଅନୁଧ୍ୟାନ
/kanak/media/post_attachments/wp-content/uploads/2024/08/11-7.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)