କନକ ବ୍ୟୁରୋ: ପଂଚାୟତ ନିର୍ବାଚନ ପୂର୍ବରୁ ଜୋର ଧରିଲା ରାଜନୀତି । ରାଜରାସ୍ତାକୁ ଓହ୍ଲାଇ କେନ୍ଦ୍ର ବିରୋଧୀ ନାରା ଦେଇଛି ବିଜେଡି । ଚାଷୀଙ୍କ ସବସିଡି ଟଙ୍କା କେନ୍ଦ୍ର ଦେଉନଥିବା ଅଭିଯୋଗ କରି ଧାରଣାରେ ବସିଛି ବିଜେଡି । ଏଫସିଆଇ ଚାଉଳ ଉଠାଣରେ ଅବହେଳା ପ୍ରସଙ୍ଗକୁ ନେଇ ଏଫସିଆଇ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରିଛନ୍ତିଛନ୍ତି ଦଳୀୟକର୍ମୀ । ବିଜେଡି ସଂସଦୀୟ କମିଟି ଆଜି କେନ୍ଦ୍ର ଖାଦ୍ୟ ମନ୍ତ୍ରୀ ପିୟୁଷ ଗୋୟଲଙ୍କୁ ଭେଟି ଦାବି ଜଣାଇଛି ।

Advertisment

ଲୋକସଭା ଓ ରାଜ୍ୟସଭାର ବିଜେଡି ସଂସଦୀୟ ଦଳ ନେତା କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ମୁଖ୍ୟତଃ ୩ଟି ଦାବି ରଖିଛନ୍ତି । ଓଡ଼ିଶାର ଖାଦ୍ୟ ସବସିଡି ବାବଦରେ ୬ହଜାର ୫୭୦କୋଟି ଟଙ୍କା ଓ ରାଜ୍ୟରୁ ଅତିରିକ୍ତ ୭ଲକ୍ଷ ମେଟ୍ରିକ ଟନ ଚାଉଳ ଉଠାଣ ଓ ଗନି ବ୍ୟାଗର ଟଙ୍କା ଦାବି କରିଛନ୍ତି ବିଜେଡି ସଂସଦୀୟ କମିଟି ।

ସେପଟେ ଏଫସିଆଇ ଆଗରେ ବିଜେଡିର ଧାରଣା ନେଇ ପ୍ରତିକ୍ର୍ରିୟା ରଖିଛି ବିଜେପି । ସାମ୍ବାଦିକ ସମ୍ମିଳନୀ କରି ପାଲଟା ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ମଣ୍ଡି ଅବ୍ୟବସ୍ଥା, ଅଭାବୀ ବିକ୍ରି ଓ ଟୋକନ ଅବ୍ୟବସ୍ଥା ନେଇ ବିଜେଡିକୁ ସମାଲୋଚନା କରିଛି ବିଜେପି ।