୧୦ ଦିନ ବିଜେଡିର ଆନ୍ଦୋଳନ ସ୍ଥଗିତ: ଏଲପିଜି ଉପରେ ଦର ହ୍ରାସ କରିବାକୁ ବିଜେଡିର ଦାବି

190
କନକ ବ୍ୟୁରୋ: ୧୦ ଦିନ ପାଇଁ ଆନ୍ଦୋଳନ ସ୍ଥଗିତ ରଖିଲା ବିଜେଡି । କାଲିଠୁ ହେବାକୁ ଥିବା ଆନ୍ଦୋଳନକୁ ସ୍ଥଗିତ ରଖିଲା ଦଳ । ଏଲପିଜି ଉପରେ ଦର ହ୍ରାସ କରିବାକୁ ମଧ୍ୟ ବିଜେଡି ଦାବି କରିଛି । ଏଲପିଜିରେ ଉତ୍ପାଦ ଶୁଳ୍କ ଓ ଟ୍ୟାକ୍ସ କମ କରିବାକୁ ଦାବି କରାଯାଇଛି । ଏଲପିଜି ଦର ହ୍ରାସ ନହେଲେ ପୁଣି ଆନ୍ଦୋଳନ ହେବ ବୋଲି ବିଜେଡି ଚେତାବନୀ ଦେଇଛି ।
ବିଜେଡି ବିଧାୟକ ବ୍ୟୋମକେଶ ରାୟ ପ୍ରେସମିଟ କରି କହିଛନ୍ତି କି, ଓଡିଶା ସରକାର ଆଜି ପେଟ୍ରୋଲ ଉପରେ ଭାଟ୍ ଛାଡ କରିଛନ୍ତି । ଏହା ଗୋଟିଏ ସ୍ୱାଗତଯୋଗ୍ୟ ପଦକ୍ଷେପ । ଆମେ ଯଦି ମୋଟ ଉପରେ ଦେଖିବା ଓଡିଶା ସରକାର ଯେଉଁ ୩ଟଙ୍କା କମାଇଛନ୍ତି ଓ ୩୩ ପ୍ରତିଶତ ଏକ୍ସାଇଜ ଡ୍ୟୁଟିକୁ ମିଶାଇ ରାଜ୍ୟରେ ପେଟ୍ରୋଲ ଦର ୬.୩୦ ପଇସା ଓ ଡିଜେଲ ଦର ଓ ୪.୬୫ ପଇସା ଡିଜେଲ ଉପରେ ମୋଟ କମାଇଛନ୍ତି ସରକାର ।
ଆମ ରାଜ୍ୟ ସାରା ଦେଶରେ ପେଟ୍ରୋଲ ଦର କମ ରଖିଥିଲା । ଆଉ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ପରେ ଏବେ ବି ପେଟ୍ରୋଲ ଓ ଡିଜେଲ ଦର ରାଜ୍ୟରେ କମ ରହିବ । ବର୍ତ୍ତମାନ ଆମେ ଚାହୁଁଛୁ କେନ୍ଦ୍ର ସରକାର ଏଲପିଜି ଉପରେ ଭାଟ କମ କରନ୍ତୁ ବୋଲି କହିଛନ୍ତି ବ୍ୟୋମକେଶ ରାୟ ।