କନକ ବ୍ୟୁରୋ: ଆସନ୍ତା ୧୯ ତାରିଖରେ ବସିବ ବିଜେଡି ବିଧାୟକ ଦଳ ବୈଠକ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆସନ୍ତା ୧୯ ତାରିଖରେ ବିଜେଡିର ବୈଠକ ବସିବାକୁ ଯାଉଛି । ଯେଉଁଥିରେ କି ବିଧାୟକ ଦଳର ନେତା ଚୟନ କରାଯିବ । ତେବେ ମିଳିଥିବା ସୂଚନା ମୁତାବକ, ଅପରାହ୍ନ ୪ଟା ୩୦ ମିନିଟ୍ ସମୟରେ ଏହି ବୈଠକ ବସିବାକୁ ଅଛି । ଏହି ବୈଠକରେ ବିଧାନସଭାରେ କିଏ ବିରୋଧୀ ଦଳର ନେତା ହେବ, ତାହା ଚୟନ କରାଯିବ । ଖାସ୍ କରି ନବୀନ ପଟ୍ଟନାୟକ ନିଜେ ବିରୋଧୀ ଦଳର ନେତା ଆସନରେ ବସୁଛନ୍ତି, ନା ଅନ୍ୟ କେଉଁ ନେତା ବିରୋଧୀ ଦଳର ନେତା ହେଉଛନ୍ତି, ତାହା ଉପରେ ନଜର ରହିବ ।
୧୯ରେ ବସିବ ବିଜେଡି ବିଧାୟକ ଦଳ ବୈଠକ । ଚୟନ କରାଯିବ ବିଧାୟକ ଦଳ ନେତା
/kanak/media/post_attachments/wp-content/uploads/2024/06/Capture-50.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)