୩୦ରୁ ୩୦ ଜିଲ୍ଲା ପରିଷଦ ପୋଛି ନେଇପାରେ ବିଜେଡି: ଦ୍ୱିତୀୟ ଦିନର ଟ୍ରେଣ୍ଡ ଜାରି ରହିଲେ, ଓଡ଼ିଶାରେ ସୃଷ୍ଟି ହେବ ନୂଆ ଇତିହାସ

297

କନକ ବ୍ୟୁରୋ: ପ୍ରଥମ ଦିନ ଭଳି ଦ୍ୱିତୀୟ ଦିନ ଗଣତିରେ ବିଜେଡିର ବିଜୟ ଅଭିଯାନରେ ବ୍ରେକ୍ ଲାଗୁନାହିଁ । ୮୦ ପ୍ରତିଶତରୁ ଅଧିକ ଜିଲ୍ଲା ପରିଷଦ ଜୋନ୍ରେ ଆଗରେ ରହିଛି ଶାସକ ଦଳ । ବିଜେଡିର ପ୍ରଦର୍ଶନ ଆଗରେ ଫିକା ପଡି ଯାଇଛନ୍ତି ବିରୋଧୀ ।

୨୦୦୦ ମସିହାରେ ବିଜେଡି କ୍ଷମତାକୁ ଆସିବା ପରେ ୪ଟି ପଂଚାୟତ ନିର୍ବାଚନ ସାମ୍ନା କରିଥିଲା । ୨୦୧୨ରେ ୬୫୧ ଜିଲ୍ଲା ପରିଷଦ ଜୋନ୍ ହାତେଇ ଥିଲା ବିଜେଡି, ଯାହା ଥିଲା ପଂଚାୟତ ନିର୍ବାଚନରେ ଦଳର ସବୁଠୁ ଭଲ ପ୍ରଦର୍ଶନ । ହେଲେ ୨୦୨୨ ନିର୍ବାଚନରେ ନୂଆ ରେକର୍ଡ ହେବାକୁ ଯାଉଛି । ପ୍ରଥମ ଦୁଇ ଦିନ ଗଣତିର ଟ୍ରେଣ୍ଡ ଜାରି ରହିଲେ, ଏହି ପଂଚାୟତ ନିର୍ବାଚନରେ ୨୦୧୨ ଠାରୁ ଅଧିକ ଜିଲ୍ଲା ପରିଷଦ ଜୋନ୍ ପାଇବ ବିଜେଡି ।

ପଞ୍ଚାୟତ ନିର୍ବାଚନ
ମସିହା ଦଳ ଜିଲ୍ଲା ପରିଷଦ ଜୋନ୍
୨୦୧୭ ବିଜେଡି ୪୭୬
୨୦୧୨ ବିଜେଡି ୬୫୧
୨୦୦୭ ବିଜେଡି ୩୪୫
୨୦୦୨ ବିଜେଡି ୨୯୧

ଗାଁରୁ ଯେଉଁ ଜନମତ ଆସିଛି, ସେଥିରୁ ଜଣାପଡୁଛି ଏକପାଖିଆ ଭାବେ ଶାସକ ଦଳ ସପକ୍ଷରେ ଭୋଟ ଦେଇଛନ୍ତି ଲୋକ । ପ୍ରଥମ ଦିନ ଯେଉଁଭଳି ଟ୍ରେଣ୍ଡ ଥିଲା, ସେହିଭଳି ରହିଛି ଦିତୀୟ ଦିନର ଫଳାଫଳ । ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି, ବିରୋଧୀଙ୍କ ରଣନୀତି ସଂପୂର୍ଣ୍ଣ ଭାବେ ଫେଲ ମାରିଛି ।
ପଂଚାୟତ ନିର୍ବାଚନରେ ଶାସକ ଦଳର ରଣକୌଶଳର ଆଖପାଖରେ ବି ନାହାନ୍ତି ବିରୋଧୀ । ନଜର ପକାନ୍ତୁ, ପ୍ରଥମ ଦିନ ଗଣତି ର ଫଳାଫଳ ଉପରେ ।

ଜିଲ୍ଲା ପରିଷଦ ଜୋନ୍ ୩୧୫
୩୧୪ ଜୋନ୍ର ଫଳାଫଳ ଘୋଷଣା
ବିଜେଡି – ୨୮୧
ବିଜେଡି – ୧୫
କଂଗ୍ରେସ – ୧୪
ଅନ୍ୟାନ୍ୟ – ୪
ଟି ଜୋନ୍ରେ ବିଜୟୀ ହୋଇଛନ୍ତି ।

ସଂଧ୍ୟା ୬ଟା ସୁଦ୍ଧା – ଦ୍ୱିତୀୟ ଦିନ ଗଣତି ର ଫଳାଫଳ ଉପରେ ନଜର ପକାନ୍ତୁ

ଜିଲ୍ଲା ପରିଷଦ ଜୋନ୍ ୩୦୬
୩୦୩ ଜୋନ୍ରୁ ଫଳାଫଳ ଆସିଛି
ବିଜେଡି – ୨୬୧
ବିଜେପି – ୨୦
କଂଗ୍ରେସ – ୧୯
ଅନ୍ୟାନ୍ୟ – ୩
ଟି ଜୋନ୍ରେ ଆଗୁଆ ରହିଛି ।