ହିଞ୍ଜିଳି ବିଧାନସଭା ଆସନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ ବିଜେଡି ସୁପ୍ରିମୋ । ପୋଲିସ୍ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ ।

87

କନକବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ହିଞ୍ଜଳି ବିଧାନସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି । ଦଳୀୟ ସମର୍ଥକ ଓ ନେତାଙ୍କୁ ନେଇ ଛତ୍ରପୁରରେ ନାମାଙ୍କନ ଦାଖଲ କରିବା ପରେ ବିଭି୍ନ୍ନ ନିର୍ବାଚନ ମଣ୍ଡଳୀ ଯାଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ।

ନାମାଙ୍କନ ଦାଖଲ ପୂର୍ବରୁ ମୁଖ୍ୟମନ୍ତ୍ରୀ ତାରାତାରିଣୀ ଯାଇ ମାଆଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ମେ ୨୦ରେ ଦ୍ୱିତୀୟ ପର୍ଯ୍ୟାୟରେ ଏହି ଆସନ ପାଇଁ ମତଦାନ ହେବାକୁ ଥିବା ବେଳେ ଷଷ୍ଠ ଥର ପାଇଁ ନବୀନ ଏଠାରୁ ନିର୍ବାଚନ ଲଢ଼ୁଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ନାମାଙ୍କନପତ୍ର ଦାଖଲ ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ୍ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଦକ୍ଷିଣାଂଚଳ ଆଇଜି ଓ ଗଂଜାମ ଏସପି ଅସ୍ଥାୟୀ ହେଲିପ୍ୟାଡ ଅଂଚଳ, ଛତ୍ରପୁର ଉପଜିଲ୍ଲାପାଳ ଅଫିସ ଓ ସହରର ବିଭିନ୍ନ ଇଲାକାରେ ତଦାରଖ କରିଥିଲେ । ସୁରକ୍ଷାର କଡ଼ା ବ୍ୟବସ୍ଥା କରାଯାଇଛି ।