କନକବ୍ୟୁରୋ : ରାଜନୀତି ସହ ରୋଗୀସେବା କରି ଚର୍ଚ୍ଚାରେ ବ୍ରହ୍ମପୁରର ବିଜେଡି ବିଧାୟକ ପ୍ରାର୍ଥୀ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ । ରାଜନୀତିକୁ ଆସିବା ପୂର୍ବରୁ ୧୯୭୩ ମସିହାରୁ ଡାକ୍ତର ଭାବେ କ୍ୟାରିୟର ଆରମ୍ଭ କରିଥିଲେ ରମେଶ ଚ୍ୟାଉପଟ୍ଟନାୟକ । ଯେଉଁ ସମୟରେ ବ୍ରହ୍ମପୁରରେ ଡାକ୍ତରଙ୍କ ଅଭାବ ରହିଥିଲା, ଘରକୁ ଘର ବୁଲି ସେ ରୋଗୀସେବା ଯୋଗାଉଥିଲେ । ପରେ ୧୯୯୫ ମସିହାରେ ସେ ରାଜନୀତିରେ ପାଦ ଥାପିଥିଲେ ।
ଏବେ ବି ବ୍ରହ୍ମପୁରରେ ଚ୍ୟାଉ ପଟ୍ଟନାୟକ ନାମରେ ତାଙ୍କ କ୍ଲିନିକ ରହିଥିବା ବେଳେ ସମୟ ପାଇଲେ ସେ ରୋଗୀସେବା କରିଥାନ୍ତି । ସେବା ମନୋବୃତି ତାଙ୍କୁ ପୁଣିଥରେ ସଫଳତା ଦେବ ବୋଲି ସେ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/04/Screen-Shot-2024-04-28-at-10.19.45-AM.png)