ମଦ୍ରାସାରେ ପଢା ହେବ ରାମ କଥା! ୱାକଫ୍ ବୋର୍ଡ ଅଧ୍ୟକ୍ଷ କହିଲେ , ପିଲାମାନେ ଔରଙ୍ଗଜେବଙ୍କ ଭଳି ନୁହେଁ ଶ୍ରୀରାମଙ୍କ ଭଳି ହେବା ଉଚିତ ।

1,018

କନକ ବ୍ୟୁରୋ: ଉତ୍ତରାଖଣ୍ଡ ୱାକଫ୍ ବୋର୍ଡର ବଡ ନିଷ୍ପତ୍ତି । ଆସନ୍ତା ଶିକ୍ଷା ବର୍ଷ ଠାରୁ ରାଜ୍ୟର ସବୁ ମଦ୍ରାସାରେ ପଢାଯିବ ଶ୍ରୀରାମଙ୍କ କଥା । ଏହାକୁ ପାଠ୍ୟକ୍ରମରେ ସାମିଲ କରାଯିବ । ୱାକଫ୍ ବୋର୍ଡ ଅଧ୍ୟକ୍ଷ ସାଦାବ୍ ଶସ୍ମ କହିଛନ୍ତି ଯେ, ପିଲାମାନେ ଔରଙ୍ଗଜେବଙ୍କ ବଳି ନୁହେଁ ବରଂ ଶ୍ରୀରାମଙ୍କ ଭଳି ଆଦର୍ଶବାନ୍ ହେବା ଉଚିତ ।

ୱାକଫ୍ ବୋର୍ଡ ଅଧ୍ୟକ୍ଷଙ୍କ କହିବା ମୁତାବକ, ୱାକଫ୍ ବୋର୍ଡ ଅଧିନରେ ଥିବା ୧୧୭ଟି ମଦ୍ରାସାରେ ନୂତନ ଶିକ୍ଷା ବର୍ଷ ଆରମ୍ଭରେ ହରିଦ୍ୱାର, ଉଦ୍ଧମସିଂ ନଗର, ନୈନିତାଲ ଜିଲ୍ଲାରେ ପ୍ରଥମେ ଏହି ପାଠ୍ୟକ୍ରମକୁ ଆରମ୍ଭ କରାଯିବ । କାରଣ ପ୍ରଭୁ ଶ୍ରୀରାମ ନିଜ ପିତାଙ୍କ ପ୍ରତିଜ୍ଞା ପାଳନ କରିବାକୁ ସବୁ ଐଶ୍ୱର୍ଯ୍ୟକୁ ପଛରେ ପକାଇ ବନକୁ ଗଲେ । ତେଣୁ ଏଭଳି ଏକ ସୁପୁତ୍ର ପାଇବାକୁ କେଉଁ ବାପା, ମା’ ନଚାହାଁନ୍ତି?

ବିଂଶ ଶତାବ୍ଦିର ଦାର୍ଶନିକ ଅଲ୍ଲାମା ଇକବାଲଙ୍କୁ ମନେପକାଇ ଶସ୍ମ କହିଛନ୍ତି ଯେ, ହିନ୍ଦୁସ୍ତାନ ଶ୍ରୀରାମଙ୍କ ପାଇଁ ଗର୍ବିତ. ଲୋକେ ତାଙ୍କୁ ହିନ୍ଦୁସ୍ତାନର ନେତା ମାନନ୍ତି । କେବଳ ଏତିକି ନୁହେଁ ତାଙ୍କ ସହ ସବୁ ସୁଖ ସ୍ୱାଚ୍ଛନ୍ଦକୁ ପଛରେ ପକାଇ ତାଙ୍କ ସହ ବନାଗମନ କରିଥିବା ଭାଇ ଲକ୍ଷ୍ମଣ ଓ ଦେବୀ ସୀତାଙ୍କ ଜୀବନୀ ମଧ୍ୟ ବେଶ୍ ପ୍ରେରଣାଦାୟୀ, ଯାହା ପ୍ରତ୍ୟେକ ଛାତ୍ରଛାତ୍ରୀ ପଢିବା ଉଚିତ ।