କନକ ବ୍ୟୁରୋ: ମନରେଗା ଯୋଜନାରେ ରାସ୍ତା କାମ କରିବା ପରେ ମଧ୍ୟ ହୋଇପାରିଲାନି ବିଲ । ଆଉ ଶ୍ରମିକଙ୍କ ମଜୁରୀ ବାବଦ ଟଙ୍କା ଦେଇ ନପାରି ଜଙ୍ଗଲରେ ଜୀବନ କାଟୁଛନ୍ତି ୪ଜଣ ଶ୍ରମିକ ନେତା । ରାୟଗଡ଼ାରେ ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଆଇନରେ ୫ଲକ୍ଷ ଟଙ୍କା ମୁଲ୍ୟରେ ୯ଶହ ମିଟର ରାସ୍ତା କାମର ନବୀକରଣ ପାଇଁ ଅନୁମତି ମିଳିଛି । ଏଥିପାଇଁ ୪ଜଣ ଶ୍ରମିକ ନେତା ଜଣଙ୍କ ପିଛା ୩୫ ହଜାର ଟଙ୍କା ଲେଖାଏଁ ଆଦାୟ କରି ରାସ୍ତା କାମ ଶେଷ କରିଛନ୍ତି ।

Advertisment

୫୦ଜଣ ଶ୍ରମିକଙ୍କୁ ନେଇ ରାସ୍ତାକାମ ଶେଷ କରିଛନ୍ତି ଶ୍ରମିକ ନେତା । ହେଲେ କାମ ଶେଷ ହେବା ପରେ ବିଲ ପାଇଁ ବ୍ଳକ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ବିଲ ହୋଇପାରୁନଥିବା ଅଭିଯୋଗ ହୋଇଛି । ତେବେ ବ୍ଲକ କାର୍ଯ୍ୟାଳୟକୁ ବିଲ ପାଇଁ ଯିବାରୁ ନାୟକ ଜେଇ ଓ ଜିଆରଏସ ରଂଜିତ ତାଙ୍କୁ ଲାଂଚ ବାବଦକୁ ୨୦ ହଜାର ଟଙ୍କା ଓ ଦେଶୀ କୁକୁଡ଼ା ମଧ୍ୟ ମାଗିଥିବା ଅଭିଯୋଗ ହୋଇଛି ।

୧୫ହଜାର ଟଙ୍କା ଏବଂ ଦେଶୀ କୁକୁଡ଼ା ଲାଂଚ ଦେବାର ୬ବର୍ଷ ବିତିଯାଇଥିଲେ ମଧ୍ୟ ତାଙ୍କୁ ବିଲ ମିଳିନାହିଁ । ଏପଟେ ୫୦ଜଣ ଶ୍ରମିକ ମଜୁରୀ ନପାଇବାରୁ ତାଙ୍କୁ ଗାଳି ଗୁଲଜ କରିବା ସହ ମାଡ଼ପିଟ କରୁଥିବାର ମଧ୍ୟ ଅଭିଯୋଗ ହୋଇଛି । ତେଣୁ ଏହି ଶ୍ରମିକ ନେତା ମାନେ ଜୀବନ ବଂଚାଇବାକୁ ଦିନବେଳା ଜଙ୍ଗଲରେ ଲୁଚି ରହୁଛନ୍ତି ଏବଂ ରାତିହେଲେ ଘରକୁ ଫେରୁଛନ୍ତି ।