ବିବାଦ ଭିତରେ ବିହାର ମୁଖ୍ୟମନ୍ତ୍ରୀଙ୍କ ମାଷ୍ଟର ଷ୍ଟ୍ରୋକ୍: ବିଧାନସଭାରେ ପାରିତ ହେଲା ସଂରକ୍ଷଣ ସଂଶୋଧିତ ବିଲ

116

କନକ ବ୍ୟୁରୋ: ବିହାର ରାଜନୀତିରେ ନୂଆ ମୋଡ । ବିଧାନସଭାରେ ପାରିତ ହେଲା ସଂରକ୍ଷଣ ସଂଶୋଧିତ ବିଲ । ଏହି ବିଲ ସର୍ବ ସମ୍ମତି କ୍ରମେ ପାରିତ ହୋଇଛି । ଏହି ବିଲ ମୁତାବକ ବିହାରରେ ବର୍ତମାନ ଖାଲି ପଡିଥିବା ସରକାରୀ ପଦ, ପଦବୀରେ ଅନୁସୂଚିତ ଜାତିକୁ ୨୦ ପ୍ରତିଶତ, ଅନୁସୂଚିତ ଜନଜାତିକୁ ୨ ପ୍ରତିଶତ, ପଛୁଆ ବର୍ଗଙ୍କୁ ୧୮ ପ୍ରତିଶତ, ଏବଂ ଅତ୍ୟଧିକ ପଛୁଆ ବର୍ଗଙ୍କୁ ୨୫ ପ୍ରତିଶତ ସଂରକ୍ଷଣ ମିଳିବ । ଏହି ସଂରକ୍ଷଣ ସମୁଦାୟ ୬୫ ପ୍ରତିଶତ । ତେବେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବିଭାଗର ଲୋକଙ୍କ ପାଇଁ ପୂର୍ବରୁ ୧୦ ପ୍ରତିଶତ ସଂରକ୍ଷଣ ପ୍ରଯୁଜ୍ୟ ରହିଛି । ଏହି ଧାରାରେ ସରକାରୀ ଚାକିରି ଏବଂ ଶିକ୍ଷାନୁଷ୍ଠାନ ଗୁଡିକରେ ସଂରକ୍ଷଣ ପରିସର ବର୍ତମାନ ୭୫ ପ୍ରତିଶତ ହୋଇଯାଇଛି । ବିଧାନସଭାରେ ଜାତି ସର୍ବେକ୍ଷଣ ରିପୋର୍ଟ ଉପସ୍ଥାପନ କରିବା ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ କ୍ୟାବିନେଟରେ୍ ପଛୁଆ ବର୍ଗଙ୍କୁ ସଂରକ୍ଷଣ ଦେବାକୁ ପ୍ରସ୍ତାବ ଆସିିଥିଲା । ଗୁରୁବାର ଏହି ବିଲ ବିଧାନସଭାରେ ପାରିତ ହୋଇଛି ।