- ଯବାନ ସାଜି ଓଏଲଏକ୍ସରେ ଠକେଇ ଅଭିଯୋଗ

Advertisment

- ଯୁବକଙ୍କଠାରୁ ଠକିନେଲେ ୭୨ ହଜାର ୬୦୦ ଟଙ୍କା

- ଜଗତସିଂହପୁର ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ

- ୟୁଟ୍ୟୁବରେ ସକ୍ରିୟ ରହିଛନ୍ତି ସେନା ପୋଷକଧାରୀ ଠକ

କନକ ବ୍ୟୁରୋ: ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଗୋପଳସାଗର ମାର୍କଣ୍ଡପୁର ଗାଁର ରଞ୍ଜିତ କୁମାର ଗୋଚ୍ଛାୟତ ଫେସବୁକ ଜରିଆରେ ଓଏଲଏକ୍ସ ଅନଲାଇନ କମ୍ପାନୀର ଠକେଇର ଶିକାର ହୋଇଛନ୍ତି । ଏକ ସୁଇଫ୍ଟି ଡିଜାୟାର କାର୍ ବିକ୍ରି କରିବା ଆଳରେ ଜଣେ ନକଲି ଯବାନ ପରିଚୟ ଦେଇ ୭୨ ହଜାର ୬୦୦ ଟଙ୍କା ଠକି ନେଇଥିବା ଅଭିଯୋଗ ହେଇଛି । ଏନେଇ ଯୁବକ ଜଣଙ୍କ ଗାଡି ନ ପାଇବାରୁ ଜଗତସିଂହପୁର ଥାନାରେ ଅଭିଯୋଗ କରିଛନ୍ତି ।

publive-image

ଢେଙ୍କାନାଳ ଜିଲ୍ଲାର ବିକାଶ କୁମାର ସିଂ ନାମରେ ଏକ ସୁଇଫ୍ଟି ଡିଜାୟାର କାର ରହିଛି । ଏହି କାରକୁ ୧ ଲକ୍ଷ ୮୦ ହଜାର ଟଙ୍କାରେ ବିକ୍ରି କରିବା ପାଇଁ ଓଏଲଏକ୍ସ ସାଇଟରେ ସୂଚନା ଦିଆଯାଇଥିଲା । କାରର ମଡେଲ ପସନ୍ଦ ହେବାରୁ ଗାଡି କିଣିବାକୁ ରଞ୍ଜିତ କୁମାର ମନ ବଳାଇଥିଲେ । ପ୍ରଥମେ ଗାଡିର କାଗଜ ପତ୍ର ଠିକ ଥିବା ‘ବାହାନ’ ୱେବ୍ ସାଇଡ୍ ଜାରିଆରେ ଯାଞ୍ଚ ମଧ୍ୟ କରିଥିଲେ ଏବଂ ଗାଡିର ମାଲିକ ବିକାଶ କୁମାର ସିଂ ବୋଲି ଜାଣିବା ସହିତ ସେ ଜଣେ ଯବାନ ବୋଲି ପରିଚୟ ଦେଇଥିଲେ । ଏହା ଜଣିବା ପରେ ଉଭୟଙ୍କ ମଧ୍ୟରେ ଅନେକ ଥର ତାଙ୍କ ସହିତ କଥା ହେଇଥିଲେ ରଞ୍ଜିତ । ସମ୍ପୂର୍ଣ୍ଣ ବିଶ୍ୱାସ ହେବା ପରେ ବୁକିଂ କରିବା ପାଇଁ ପ୍ରଥମେ ତାଙ୍କ ଆକାଉଣ୍ଟରେ ୪ ହଜାର ଟଙ୍କା ଜମା କରିବାକୁ କହିଥିଲେ । ପରେ ବିକାଶ ସିଂ କହିଥିଲେ କାରଟି ଝାଡଖଣ୍ଡ ବିର୍ସାମୁଣ୍ଡା ଏୟାରପୋର୍ଟ ନିକଟରେ ଅଛି । ସେଥିଲାଗି କାରକୁ ଓଡିଶା ଆଣିବା ପାଇଁ ୪୦୦୦ ଟଙ୍କା ଦେବାକୁ କରିଥିଲେ । ରଂଜିତ ମଧ୍ୟ ୪୦୦୦ ଟଙ୍କା ତାଙ୍କ ଆକାଉଣ୍ଟରେ ଡିପୋଜିଟ କରିଥିଲେ ।

publive-image

ତେବେ ଯବାନଙ୍କ ଫଟୋ ଦେଖି ବିଶ୍ୱାଶ କରିବା ସହ ଟଙ୍କା ଡିପୋଜିଟ କରି ଦେଇଥିଲେ ରଂଜିତ । ପ୍ରାୟ ଗତ ଏକ ମାସ ମଧ୍ୟରେ ବିଭିନ୍ନ ପ୍ରକାର ଆଳ ଦେଖାଇ ମୋଟ ୫ ଟି କିସ୍ତିରେ ୭୨ ହଜାର ୬୦୦ ଠକିନେଇ ଯାଇଥିବାର ଅଭିଯୋଗ ହୋଇଛି । ଏ ପରିିକି ଜିପିଆରଏକ୍ସ ସିଷ୍ଟମ କାର୍ଯ୍ୟକ୍ଷମ ପାଇଁ ମଧ୍ୟ ୧୮ ହଜାର ୯୯୯ ଟଙ୍କା ମଧ୍ୟ ପଠାଇଥିଲେ । ମୋଟ ୭୦ ହଜାର ଟଙ୍କା ଦେଇ ସାରିବା ପରେ ମଧ୍ୟ କାରଟି ଓଡିଶା ପଠାଯାଇ ନ ଥିବା ବେଳେ ପୁଣି ୫ ହଜାର ଟଙ୍କା ପଠାଇବାକୁ ରଂଜିତକୁ ଜଣାଇଥିଲେ । ମାତ୍ର ଏହି ଟଙ୍କା ପଠାଇବା ବଦଳରେ ରଂଜିତ  ସିଧା ସାଇବର ସେଲର ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ କିଛି ଲାଭ ନ ମିଳିବାରୁ ବାଧ୍ୟ ହୋଇ ଜଗତସିଂହପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତଦନ୍ତ ପରେ ଏହା ଏକ ଠକେଇ ହୋଇଥିବାର ଜଣା ପଡିଛି ।