କୋଭିଡ୍ ବିଗାଡ଼ି ଦେଇଛି ସ୍ଥିତିି । ରାଜ୍ୟର ସବୁଠୁ ବଡ଼ ସାପ୍ତାହିକ ହାଟ କୁନ୍ଦୁଲି ହାଟରେ ଏବେ ବେପାର ମାନ୍ଦା । ବିକ୍ରି ନାହିଁ, ହାତବାନ୍ଧି ବସିଛନ୍ତି ବ୍ୟବସାୟୀ 

216

କନକ ବ୍ୟୁରୋ: କୋଭିଡ୍ ବିଗାଡ଼ି ଦେଇଛି ସ୍ଥିତିି  । ପରିବା ଅଛି, ବଜାର ରହିଛି, ହେଲେ ଗ୍ରାହକ ନାହାନ୍ତି କି ବେପାର ନାହିଁ  । ମିଳିଛି ରାଜ୍ୟର ସବୁଠୁ ବଡ଼ ସାପ୍ତାହିକ ହାଟ କୁନ୍ଦୁଲି ହାଟରୁ ଆସିଲା ଏଭଳି ଦୃଶ୍ୟ  । ପରିବା ଦର ଖୁବ୍ କମ୍ ମୂଲ୍ୟରେ ବିକିବାକୁ ବାଧ୍ୟହେଉଛନ୍ତି ବେପାରୀ  । ଏପରିକି ବାଇଗଣ, ଖମ୍ବଆଳୁ, ବନ୍ଧାକୋବି ପରି କଂଚା ପରିବା ଦର ୫ ଟଂକା ତଳେ  । ତଥାପି ଗ୍ରାହକଙ୍କ ଅଭାବ  । ସ୍ଥାନୀୟ ଗ୍ରାହକ ଯାହା ଅଳ୍ପ କିଛି କିଣାକିଣି କରୁଛନ୍ତି  । ବାକି ସବୁ ଗଦା ହୋଇ ରହିଛି  ।

ପରିବା ଅଛି, ବଜାର ରହିଛି, ହେଲେ ଗ୍ରାହକ ନାହାନ୍ତି କି ବେପାର ନାହିଁ  । ଖୋଲାମେଲାରେ ପଡ଼ିରହିଛି ପରିବା ହାଟ  । କିଏ ଟମାଟୋ ୨ଟଙ୍କାରେ କେଜିଟିଏ ବୋଲି ଡାକୁଛି ତ କିଏ ବନ୍ଧାକୋବି ଏକ ଟଙ୍କାରେ କେଜିଟିଏ ବୋଲି ଡାକୁଛି  । ଏପରିକି ବାଇଗଣ, ଖମ୍ବଆଳୁ, ବନ୍ଧାକୋବି ପରି କଂଚା ପରିବା ଦର ୫ ଟଂକା ତଳେ  । ତଥାପି ଗ୍ରାହକଙ୍କ ଅଭାବ  । ସ୍ଥାନୀୟ ଗ୍ରାହକ ଯାହା ଅଳ୍ପ କିଛି କିଣାକିଣି କରୁଛନ୍ତି  । ବାକି ସବୁ ଗଦା ହୋଇ ରହିଛି  ।

ଏଠାରୁ ପ୍ରତିଦିନ ଟନ୍ ଟନ୍ ପନିପରିବା ରାଜ୍ୟର ବିଭିନ୍ନ ସ୍ଥାନକୁ ଯିବା ସହ ପଡ଼ୋଶୀ ରାଜ୍ୟ ଆନ୍ଧ୍ର ଓ ଛତିଶଗଡ଼କୁ ପଠାଯାଉଥିଲା  । ହେଲେ କରୋନା ସ୍ଥିତି ପାଇଁ ସୀମା ସିଲ ରହିଛି  । ଫଳରେ ଗାଡ଼ି ଚଳାଚଳ ବନ୍ଦ ରହିବାରୁ ବ୍ୟବସାୟୀ ପରିବା ବ୍ୟବସାୟୀ ପାଇଁ ଯାଇପାରୁ ନାହାନ୍ତି କି ଆସୁନାହାନ୍ତି  । କୋରାପୁଟ ଜିଲ୍ଲାର ପଟାଙ୍ଗୀ ବ୍ଲକର କୁନ୍ଦୁଲି ହାଟ ରାଜ୍ୟର ସବୁଠୁ ବଡ଼ ହାଟ  । ଏହି ହାଟ ଉପରେ ଆଖପାଖ ଅଂଚଳର ଚାଷୀ ନିର୍ଭର କରିଥାନ୍ତି  । ଏହି ହାଟକୁ ରାଜ୍ୟ ସରକାର ଜାତୀୟ ବଜାରର ମାନ୍ୟତା ଦେଇଛନ୍ତି  । ଇ-ମାର୍କେଟର ବ୍ୟବସ୍ଥା ମଧ୍ୟ କରାଯାଇଛି  । ହେଲେ କୋଭିଡ ସ୍ଥିତି ସବୁ ବିଗାଡ଼ି ଦେଇଛି  । ବିକ୍ରି ନଥିବାରୁ ବ୍ୟବସାୟୀ ହାତବାନ୍ଧି ବସୁଛନ୍ତି  ।