ସମ୍ଭାବ୍ୟ କରୋନା ଟିକା କୋଭିସିଲଡକୁ ନେଇ ଆସିଲା ବଡ଼ ଖବର : ଖୁବଶୀଘ୍ର ଦେଶରେ ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ

ସେପଟେ ୪ କୋଟି ଡୋଜ୍ ପ୍ରସ୍ତୁତ ହୋଇସାରିଥିବା କହିଲା ସିରମ ଇନଷ୍ଟିଚ୍ୟୁଟ୍

106

କନକ ବ୍ୟୁରୋ : କେବେ ଆସିବ କରୋନା ଟିକା, ଏଭଳି ପ୍ରଶ୍ନକୁ ନେଇ ଚର୍ଚ୍ଚା ଜାରି ରହିଥିବା ବେଳେ ଟିକା ପ୍ରସ୍ତୁତକାରୀ ସଂସ୍ଥାମାନେ ସମ୍ଭାବ୍ୟ ଟିକା ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି । ଏସବୁ ଭିତରେ ବିଶ୍ୱର ସବୁଠୁ ବଡ଼ ଟିକା ପ୍ରସ୍ତୁତକାରୀ ସଂସ୍ଥା ସିରମ୍ ଇନଷ୍ଟିଚ୍ୟୁଟ୍ ଏକ ବଡ଼ ସୂଚନା ଦେଇଛି । ସମ୍ଭାବ୍ୟ ଟିକା ‘କୋଭିସିଲ୍ଡ’ର ୪ କୋଟି ଡୋଜ୍ ପ୍ରସ୍ତୁତ ହୋଇସାରିଥିବା ସଂସ୍ଥା କହିଛି । ଏହାସହ ଦେଶରେ ଖୁବଶୀଘ୍ର ଏହାର ତୃତୀୟ ପର୍ଯ୍ୟାୟ ମନେବ ପରୀକ୍ଷଣ ହେବ ବୋଲି ଜଣାପଡ଼ିଛି ।