କନକବ୍ୟୁରୋ: ବଢ଼ି ପାଣିରେ ଭାସି ଆସିଲେ ମାଛ । ଯିଏ ପାରିଲା ବୋହି ନେଲା । ବସ୍ତା, ଡାଲା, ଟ୍ରାକ୍ଟର ଯିଏ ଯେଉଁଥିରେ ପାରିଲା ମାଛ ବୋହିବାରେ ଲାଗିଲେ । ମାଛ ଧରିବାକୁ ନଦୀରେ ଜମୁଛି ଲୋକଙ୍କ ଭିଡ଼ । ନୂଆପଡ଼ା ସୁନ୍ଦର ଓ ଗୁରୁମଯୋର ନଦୀର ସଙ୍ଗମସ୍ଥଳ ଦେ-ମହାନୀ କୂଳରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ୪ ଦିନ ହେବ ନୂଆପଡ଼ାରେ ପ୍ରବଳ ବର୍ଷା ଲାଗି ରହିଛି । ସୁନ୍ଦର ନଦୀରେ ବନ୍ୟା ଜଳ ପ୍ରବାହିତ ହେଉଛି । ଆଉ ଏହି ବଢ଼ି ପାଣିରେ ଭାସି ଆସିଛନ୍ତି ପୁଳା ପୁଳା ମାଛ । ରୋହି, ଭାକୁର, ମିରିକାଳ ଭଳି ମାଛ ଧରୁଛନ୍ତି ଲୋକେ ।
ମାଛର ଓଜନ ମଧ୍ୟ ୧ କିଲୋରୁ ୧୦ କିଲୋ ମଧ୍ୟରେ ରହିଛି । ଏତେ ସଂଖ୍ୟାରେ ମାଛ ପଡ଼ିବା ପରେ ଏବେ ଏହାର ଦର ମଧ୍ୟ କମ ହୋଇଛି । ବିଭିନ୍ନ ସ୍ଥାନରେ ମାଛ କିଲୋ ୨୫୦ରୁ ୩୦୦ ଟଙ୍କା ଥିବା ବେଳେ ନୂଆପଡ଼ଶ ସୁନ୍ଦରଘାଟ ନିକଟରେ ମାତ୍ର ୫୦ ଟଙ୍କାରେ ମିଳୁଛି ୧ କିଲୋ ମାଛ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/post_attachments/wp-content/uploads/2024/07/13-14.jpg)