କନକ ବ୍ୟୁରୋ : ବାଲେଶ୍ୱରରେ ବ୍ରାଉନ ସୁଗାର କାରବାରର ସୁରାଗ ପାଇ ପହଂଚିଲା ଭୁବନେଶ୍ୱର ଏସଟିଏଫ । ଟାଉନ ଥାନା ସାମ୍ନାରେ ଗତକାଲି ବିଳମ୍ବିତ ରାତିରେ ଲାଗିଥିଲା ଭୁବନେଶ୍ୱରରୁ ଯାଇଥିବା ପୋଲିସ ଏସଟିଏଫର ଗାଡି । ବେଶ କିଛି ସମୟ ଧରି ଲାଗି ରହିଥିବା ଏହିଭଳି ଗହଳି ଚହଳି ସହ ତନାଘନା । ବୁଝିବାରୁ ଜଣାପଡିଲା ବ୍ରାଉନ ସୁଗାର କାରବାରର ସନ୍ଧାନ ପାଇ ଭୁବନେଶ୍ୱରରୁ ଛୁଟି ଆସିଛି ୬ ଜଣିଆ ସ୍ୱତନ୍ତ୍ର ଟିମ୍ । ବସଷ୍ଟାଣ୍ଡ ଅଂଚଳର ଜଣେ ଯୁବକକୁ ପୋଲିସ କାବୁ କରି ଟାଉନ ଥାନାରେ ହାଜର କରିବା ପରେ ସାଙ୍ଗରେ ଭୁବନେଶ୍ୱର ନେଇଯାଇଥିବା ଜଣାପଡିଛି । ଯୁବକକୁ ଗିରଫ କରିବା ସହ ବ୍ରାଉନ ସୁଗାର ମଧ୍ୟ ଜବତ କରିଛି ଭୁବନେଶ୍ୱର ଏସଟିଏଫ । ହେଲେ କେତେ ପରିମାଣର ବ୍ରାଉନ ସୁଗାର ଜବତ ହୋଇଛି, ତାହା ଜଣା ପଡିନାହିଁ । ବଡକଥା ହେଉଛି ବାଲେଶ୍ୱରରେ ଦୀର୍ଘଦିନ ହେଲା ଏହିଭଳି ଧଳା ଜହର କାରବାର ଚାଲିଛି । ଏଥିରେ ପୋଲିସର ସଂପୃକ୍ତି ଅଭିଯୋଗ ବି ହେଉଛି ।/kanak/media/post_attachments/wp-content/uploads/2020/08/vlcsnap-2020-08-18-08h03m13s194-300x150.png)
ନିକଟରେ ଡ୍ରଗ୍ସ ମାଫିଆଙ୍କ ସହ ଫୋନରେ ବାର୍ତାଳାପ ଘଟଣା ଭାଇରାଲ ହେବା ପରେ ଜଳେଶ୍ୱର ଆଇଆଇସି ଧନେଶ୍ୱର ସାହୁଙ୍କୁ କାର୍ଯ୍ୟରୁ ନିଲଂବନ କରିଛନ୍ତି ପୋଲିସ ଡିଜି । ଜଳେଶ୍ୱର ଆଇଆଇସି ଧନେଶ୍ୱର ସାହ ଡ୍ରଗ୍ସ ମାଫିଆଙ୍କ ଜବତ ଗାଡିକୁ ଛାଡିବା ପାଇଁ ମୁଲଚାଲ କରୁଥିବା ନେଇ ଫୋନ ବାର୍ତାଳାପର ଅଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏବେ ପୁଣି ଭୁବନେଶ୍ୱରରୁ ପୋଲିସ ଏସଟିଏଫ ଟିମ୍ ବାଲେଶ୍ୱର ଯାଇ ବସଷ୍ଟାଣ୍ଡରୁ ଜଣେ ଡ୍ରଗ୍ସ ବେପାରୀକୁ କାବୁ କରି ଭୁବନେଶ୍ୱର ଆଣିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/4-16.jpg)