କନକ ବ୍ୟୁରୋ : ୧୯୮୪ରେ ହୋଇଥିବା ଭୟାବହ ଭୋପାଳ ଗ୍ୟାସ୍ ଦୁର୍ଘଟଣାକୁ ଆସନ୍ତାକାଲି ୩୬ ବର୍ଷ ହେବ । ଦୀର୍ଘ ବର୍ଷ ବିତି ଯାଇଥିଲେ ମଧ୍ୟ ଗ୍ୟାସ ଦୁର୍ଘଟଣାର ସମ୍ମୁଖୀନ ପୀଡ଼ିତମାନଙ୍କ ସ୍ବାସ୍ଥ୍ୟ ସମସ୍ୟାର ଅନ୍ତ ନାହିଁ। ଭୋପାଳ ଗ୍ୟାସ୍ ଦୁର୍ଘଟଣାର ଶିକାର ହୋଇଥିବା ପୀଡ଼ିତମାନେ ଉତ୍କଟ ସ୍ବାସ୍ଥ୍ୟ ସଙ୍କଟର ସମ୍ମୁଖୀନ ହୋଇଛନ୍ତି। ପୀଡ଼ିତମାନଙ୍କ ଚିକିତ୍ସା ପାଇଁ ଗଠିତ ଟ୍ରଷ୍ଟ୍ ଦ୍ବାରା ପରିଚାଳିତ ଏକ କ୍ଲିନିକ୍ ଦାବି କରିଛି ଯେ, ଭୋପାଳ ଗ୍ୟାସ୍ ଦୁର୍ଘଟଣା ପୀଡ଼ିତମାନେ ମୋଟାପଣ ଏବଂ ଥାଇରଏଡ୍ରେ ପୀଡ଼ିତ ।
ସୁପ୍ରିମକୋର୍ଟରେ ୨୦୦୬ରେ ଦାଖଲ ହୋଇଥିବା ଏକ ସରକାରୀ ସତ୍ୟପାଠ ଅନୁଯାୟୀ ଭୋପାଳ ଗ୍ୟାସ୍ ଦୁର୍ଘଟଣା ଯୋଗୁଁ ୩,୭୮୭ ଲୋକଙ୍କ ମୃତ୍ୟୁ ହୋଇଥିଲା ଏବଂ ୫.୫୮ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିଲେ। କିନ୍ତୁ ପୀଡ଼ିତଙ୍କ ଅଧିକାର ପାଇଁ ଲଢ଼ୁଥିବା ସଂଗଠନମାନେ ଦାବି କରିଛନ୍ତି ଯେ, ଗ୍ୟାସ୍ ଦୁର୍ଘଟଣା ଯୋଗୁଁ ୧୫ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାର ୩୬ ବର୍ଷରେ ମଧ୍ୟ ବିଷାକ୍ତ ଆବର୍ଜନାକୁ ନଷ୍ଟ କରିବା ସମ୍ଭବ ହୋଇନାହିଁ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/Webp1606902560502.net-resizeimage-2020-12-02T151722.225.jpg)