ମହାପ୍ରଭୁଙ୍କ ସେବା ପାଇଁ ସମର୍ପିତ ଖୋର୍ଦ୍ଧା ଗୁରୁଜଙ୍ଗର ଭୋଇ ପରିବାର । ଶ୍ରୀଜିଉଙ୍କ ତିନିରଥକୁ ସୋଲ ଫୁଲରେ ସଜେଇଥାନ୍ତି ଏହି ପରିବାର 

Advertisment
ମହାପ୍ରଭୁଙ୍କ ସେବା ପାଇଁ ସମର୍ପିତ ଖୋର୍ଦ୍ଧା ଗୁରୁଜଙ୍ଗର ଭୋଇ ପରିବାର । ଶ୍ରୀଜିଉଙ୍କ ତିନିରଥକୁ ସୋଲ ଫୁଲରେ ସଜେଇଥାନ୍ତି ଏହି ପରିବାର 
କନକ ବ୍ୟୁରୋ :  କାଳିଆ ରଥରେ ସଜେଇ ହେବ ଗୁରୁଜଙ୍ଗର ସୋଲ ଫୁଲ। ମହାପ୍ରଭୁଙ୍କ କାମ ନୀତି ନିଷ୍ଠା ନରହିଲେ ମିଳେନାହିଁ । ଅକ୍ଷୟ ତୃତୀୟା ଠାରୁ ଯେପରି ଚାଷ ଓ ରଥ ଅନୁକୂଳ ହୁଏ, ଠିକ ସେହିପରି ଗୁରୁଜଙ୍ଗର ଭୋଇ ପରିବାର ଆରମ୍ଭ କରିଥାନ୍ତି ସୋଲଫୁଲ ଅନୁକୁଳ। ଛୁରୀ, କାତି ପୂଜା କରି ଏହି ସୋଲ ଫୁଲ ପ୍ରସ୍ତୁତି କରିଥାନ୍ତି। ଘର ଲିପା ପୋଛା କରି,  ନିରାମିଷ ଭୋଜନ କରି ଏହି କାମରେ ଲାଗି ପଡନ୍ତି ପୁରା ପରିବାର।
ଫୁଲ ପ୍ରସ୍ତୁତିରେ ବ୍ୟବହୃତ ସୋଲକୁ କାର୍ତିକ ମାସରୁ ନଇ,ପୋଖରୀ, ଗାଡ଼ିଆରୁ ସଂଗ୍ରହ କରିଥାନ୍ତି। ରାଜକିଶୋର ଓ ବିରକିଶୋରଙ୍କୁ ୨୦୦୪ରୁ ଶ୍ରୀମନ୍ଦିର ପ୍ରଶାସନ ଅନୁମତି ଦେଇଥିଲେ। ସେବେ ଠାରୁ ନେତ୍ର ଉତ୍ସବ ଦିନ ପୁରୀ ଯାଇ ତିନି ରଥରେ ଲଗାଇଥାନ୍ତି ସୋଲଫୁଲ । ମହାପ୍ରଭୁଙ୍କ ସେବା ପାଉଥିବାରୁ ଭାଗ୍ୟବାନ ମଣୁଛନ୍ତି ଏହି ଭୋଇ ପରିବାର। ହାତ ପଦ ଚାଲୁଥିବା ପର୍ୟ୍ୟନ୍ତ ଏହିପରି ସେବା କରିବେ ବୋଲି କହିଛନ୍ତି ପୁରା ପରିବାର।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe