୭ ମାସ ପରେ ଖୋଲିବ ଭିତରକନିକା ଅଭୟାରଣ୍ୟ । ଅକ୍ଟୋବର ପହିଲାରୁ ପୁଣି ଖୋଲିବାକୁ ନିଷ୍ପତି : ଦିନରେ ମିଳିବନି ପ୍ରବେଶ ଅନୁମତି : ଡାଙ୍ଗମାଳରେ ରାତିରେ କଟେଜରେ ରହିବାକୁ ସୁଯୋଗ

Advertisment
୭ ମାସ ପରେ ଖୋଲିବ ଭିତରକନିକା ଅଭୟାରଣ୍ୟ । ଅକ୍ଟୋବର ପହିଲାରୁ ପୁଣି ଖୋଲିବାକୁ ନିଷ୍ପତି : ଦିନରେ ମିଳିବନି ପ୍ରବେଶ ଅନୁମତି : ଡାଙ୍ଗମାଳରେ ରାତିରେ କଟେଜରେ ରହିବାକୁ ସୁଯୋଗ

କନକ ବ୍ୟୁରୋ : ଆସନ୍ତା ମାସ ପହିଲାରୁ ଖୋଲିବ ଭିତରକନିକା ଅଭୟାରଣ୍ୟ । କରୋନା କାଳରେ ଦୀର୍ଘ ୭ ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିବାକୁ ଯାଉଛି  ଭିତରକନିକା । ତେବେ ଏନେଇ କିଛି କଟକଣା ମଧ୍ୟ ରହିଛି । କରୋନା କଟକଣା କାରଣରୁ ଦିନରେ ପର୍ଯ୍ୟଟକଙ୍କୁ ଏଠାକୁ ପ୍ରବେଶ ଅନୁମତି ମିଳିବନି ।

କେବଳ ଡାଙ୍ଗମାଳ ଅଂଚଳରେ ରାତ୍ରି ଯାପନ ପାଇଁ ଇଛୁକ ଥିବା ପର୍ଯ୍ୟଟକଙ୍କୁ ଏଥିପାଇଁ ମିଳିବ ଅନୁମତି । ଡାଙ୍ଗମାଳ ଅଂଚଳରେ ଥିବା ୧୩ଟି କୁଟୀର ପର୍ଯ୍ୟଟକଙ୍କ ପାଇଁ ପ୍ରସ୍ତୁତ କରାଯାଇଛି । ଇକୋ ଟୁରିଜିମ୍ ଓଡିଶା ଡଟ୍ କମ୍ ୱେବସାଇଟରେ ଅନଲାଇନରେ ପର୍ଯ୍ୟଟକ ରୁମ୍ ବୁକ୍ କରିପାରିବେ । ଏନେଇ ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe