କନକ ବ୍ୟୁରୋ : ଆସନ୍ତା ମାସ ପହିଲାରୁ ଖୋଲିବ ଭିତରକନିକା ଅଭୟାରଣ୍ୟ । କରୋନା କାଳରେ ଦୀର୍ଘ ୭ ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିବାକୁ ଯାଉଛି ଭିତରକନିକା । ତେବେ ଏନେଇ କିଛି କଟକଣା ମଧ୍ୟ ରହିଛି । କରୋନା କଟକଣା କାରଣରୁ ଦିନରେ ପର୍ଯ୍ୟଟକଙ୍କୁ ଏଠାକୁ ପ୍ରବେଶ ଅନୁମତି ମିଳିବନି ।
କେବଳ ଡାଙ୍ଗମାଳ ଅଂଚଳରେ ରାତ୍ରି ଯାପନ ପାଇଁ ଇଛୁକ ଥିବା ପର୍ଯ୍ୟଟକଙ୍କୁ ଏଥିପାଇଁ ମିଳିବ ଅନୁମତି । ଡାଙ୍ଗମାଳ ଅଂଚଳରେ ଥିବା ୧୩ଟି କୁଟୀର ପର୍ଯ୍ୟଟକଙ୍କ ପାଇଁ ପ୍ରସ୍ତୁତ କରାଯାଇଛି । ଇକୋ ଟୁରିଜିମ୍ ଓଡିଶା ଡଟ୍ କମ୍ ୱେବସାଇଟରେ ଅନଲାଇନରେ ପର୍ଯ୍ୟଟକ ରୁମ୍ ବୁକ୍ କରିପାରିବେ । ଏନେଇ ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/8-21.jpg)