କନକ ବ୍ୟୁରୋ: ଅନେକ ସମୟରେ ପୋଲିସ ନାଁ ଶୁଣିଲେ ଲୋକେ ଡରିଯାଇଥାଆନ୍ତି । ସେମାନଙ୍କ ସମସ୍ୟା ମଧ୍ୟ ଠିକ୍ ଭାବେ ଉପସ୍ଥାପନ କରିପାରନ୍ତି ନାହିଁ । କିନ୍ତୁ ଗଂଜାମ ଆସିକା ଥାନା ଅଧିକାରୀଙ୍କ ବ୍ୟବହାର ଓ ମାନବିକତା ଏବେ ଚର୍ଚ୍ଚା କେନ୍ଦ୍ରବିନ୍ଦୁ ପାଲଟିଛି । ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଥାନାକୁ ଆସିଥିବା ଜଣେ ୭୦ ବର୍ଷିୟ ବୃଦ୍ଧାଙ୍କୁ ସେ କିଭଳି ପାଖରେ ବସାଇ ଭଲମନ୍ଦ ପଚାରି ବୁଝୁଛନ୍ତି ସେହି ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ବୃଦ୍ଧା ଜଣଙ୍କ କେମିତି ଅଛନ୍ତି ଖାଇଛନ୍ତି କି ନାହିଁ ତାହା ପଚାରି ବୁଝୁଛନ୍ତି । ଜଣେ ବନ୍ଧୁ ଭଳି ପୋଲିସ ବାବୁ ଜଣଙ୍କ ବୃଦ୍ଧା ମହିଳାଙ୍କୁ ପାଖରେ ବସାଇ କଥାବାର୍ତା ହେଉଥିବାର ଚିତ୍ର ସାମ୍ନାକୁ ଆସିଛି । ଯାହା ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ବୋଲି କୁହାଯାଉଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us