କନକ ବ୍ୟୁରୋ: ପଦ୍ମାଙ୍କ ହାତର ଯାଦୁରେ ଚମକୁଛି ସୁନ୍ଦର ସୁନ୍ଦର କଳାକୃତି । ଜଗନ୍ନାଥ ଓ ଗଣେଷଙ୍କ ଭଳି ଦେବାଦେବୀଙ୍କ ପ୍ରତିମୂର୍ତି ପଟ୍ଟଚିତ୍ର, ଡଟ୍ ପେଣ୍ଟିଂ, ଫେବ୍ରିକ୍ ପେଣ୍ଟିଂ, ବଟଲ ପେଣ୍ଟିଂ ଓ ରେଜିଙ୍ଗ ପେଣ୍ଟିଂ ସେ ନିଜ ହାତରେ ତିଆରି କରୁଛନ୍ତି । ଏହି କଳା ତାଙ୍କୁ ଦେଇଛି ସ୍ୱତନ୍ତ୍ର ପରିଚୟ । ଏମସିଏ ପଢିବା ପରେ ଚାକିରି କରିବା ବଦଳରେ ସେ ଏହି କଳାକୁ ନିଜର କ୍ୟାରିଅର ଭାବେ ବାଛିନେଇଛନ୍ତି । ପେଶାରେ ସେ ଜଣେ ଗୃହିଣୀ । ନିଜର ଏକ ୪ବର୍ଷର ସନ୍ତାନ ମଧ୍ୟ ଅଛି । ଘର କାମ ପରେ ବଳକା ସମୟକୁ ଅପବ୍ୟୟ ନକରି ସେ ତିଆରି କରୁଛନ୍ତି ଏହି ସବୁ ସାମଗ୍ରୀ । ବଜାରରେ ମଧ୍ୟ ଏହି ସବୁ ସାମଗ୍ରୀର ବେଶ ଚାହିଦା ରହିଛି । ଏଥିରୁ କିଛି ରୋଜଗାର କରି ଆତ୍ମନିର୍ଭର ହୋଇପାରିଛନ୍ତି ପଦ୍ମା ।

Advertisment

ଏହି ସବୁ ସୁକ୍ଷ୍ମ କାରୁକାର୍ଯ୍ୟ ସମୟ ସାପେକ୍ଷ ଓ କଷ୍ଟସାଧ୍ୟ ହୋଇଥିଲେ ବି ପରିବାରରୁ ସମୟ ବାହାର କରି ସେ ଏହାକୁ ପ୍ରସ୍ତୁତ କରନ୍ତି । ପୂର୍ବରୁ ଏହି ସବୁ କଳାକୃତି ସେ ସୋସିଆଲ ମିଡ଼ିଆରେ ସେୟାର କରୁଥିଲେ । ଧିରେ ଧିରେ ବ୍ୟବସାୟ ବଢିବା ସହ ଲୋକମାନେ ମଧ୍ୟ ଅନଲାଇନରେ କିଣି ନେଉଛନ୍ତି । ସାମଗ୍ରୀ ଅନୁସାରେ ଏହାର ମୂଲ୍ୟ କମ୍ ଓ ବେଶୀ ରହିଛି । ଲୋକମାନେ ମଧ୍ୟ ଏହାକୁ ଆଗ୍ରହର ସହ କିଣି ନେଉଛନ୍ତି ।

ତେବେ ଚଳିତ ବର୍ଷ ରାଜ୍ୟସ୍ତରୀୟ ପୁସ୍ତକ ମେଳାରେ ଏକ ଷ୍ଟଲରେ ପ୍ରଦର୍ଶିତ ହୋଇଛି ପଦ୍ମାଙ୍କ କଳାକୃତି । ଯାହାକୁ କିଣିବାକୁ ଭିଡ଼ ଲଗାଇଥିଲେ ରାଜଧାନୀବାସୀ ।