ତାଳଚେରର ସୁନ୍ଦରୀ ୪୨୦…ରୂପର ଯାଦୁ ଦେଖାଇ କରୁଛନ୍ତି ଠକେଇ । ସୁନ୍ଦରତାର ମାୟାଜାଲରେ ଡାକ୍ତରଙ୍କୁ ଫଶାଇ ଲକ୍ଷାଧିକ ଟଙ୍କା ଲୁଟି ନେଲେ ସୁନ୍ଦରୀ ଯୁବତୀ । ଅଭିଯୋଗ ପରେ ମହିଳାଙ୍କୁ ବାନ୍ଧିଲା ପୁଲିସ୍

2,369

କନକ ବ୍ୟୁରୋ : ରୁପର ଯାଦୁ ଦେଖାଇ ଠକେଇ । ତାଲଚେରର ଜଣେ ଅବସରପ୍ରାପ୍ତ ଡାକ୍ତରଙ୍କୁ ରୁପର ଯାଦୁରେ ଫସେଇ ଲକ୍ଷାଧିକ ଠକେଇ କଲେ ସୁନ୍ଦରୀ ଯୁବତୀ । ଏନେଇ ଥାନାରେ ଅଭିଯୋଗ ହେବା ପରେ ସୁନ୍ଦରୀ ଯୁବତୀଙ୍କୁ ଜେଲ ଯିବାକୁ ପଡିଛି । ସୂଚନା ଅନୁସାରେ , ତାଳଚେର ବାଘୁଆବୋଲ ଅଂଚଳରେ ଅବସରପ୍ରାପ୍ତ ଡାକ୍ତର ବିଜୟ ପ୍ରଧାନ ରହନ୍ତି । କିଛି ଦିନ ତଳେ କୋଲିୟରି ଥାନା ଅନ୍ତର୍ଗତ ମଝିକା ଗାଁର ଦୀପା ଓରଫ ସୁପ୍ରିୟା ସ୍ୱାଇଁ ନାମକ ଜଣେ ସୁନ୍ଦରୀ ତରୁଣୀ ଚିହ୍ନା ପରିଚୟ ବଢାଇଥିଲେ । ନିଜକୁ ଫାଇନାନ୍ସ କଂପାନୀର ଏଜେଂଟ ଭାବେ ପରିଚୟ ଦେଇ ଡାକ୍ତରଙ୍କ ବିଶ୍ୱାସ ଜିଣିଥିଲେ । ଏହାପରେ ନିଜ ସୌନ୍ଦର୍ଯ୍ୟ ଓ ବାକ ଚାତୁରୀ ବଳରେ ଡାକ୍ତରଙ୍କ ପ୍ରିୟଭାଜନ ହୋଇ ଚତୁରତାର ସହ ଡାକ୍ତରଙ୍କ ଏଟିଏମ କାର୍ଡ ଓ ପିନ ନଂବର ନେଇ ଆସିଥିଲେ ।

ଏହାପରେ ଡାକ୍ତରଙ୍କ ଆକାଉଂଟରୁ ବିଭିନ୍ନ କିସ୍ତିରେ ସମୁଦାୟ ୪ଲକ୍ଷ  ୫୭ ହଜାର ୩୮୫ ଟଙ୍କା ଉଠାଇ ନେଇଥିଲେ । ଏହା ଜାଣିବା ପରେ ଡାକ୍ତର ବାବୁଙ୍କ ପାଦ ତଳୁ ମାଟି ହଟି ଯାଇଥିଲା । ତୁରନ୍ତ ଏନେଇ ତାଳଚେର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।  ଏତଲା ଆଧାରରେ ପୁଲିସ ତଦନ୍ତ କରି ସୁନ୍ଦରୀ ଯୁବତୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।