କନକ ବ୍ୟୁରୋ: କୂଅରେ ପଡ଼ିଛି ଭାଲୁ । ଯାଜପୁର ସୁକିନ୍ଦା ଜଙ୍ଗଲରୁ ଭାଲୁ ନିକଟରେ ଥିବା ଗାଁ ସଂସାଇଲେ ନୂଆସାହିକୁ ଚାଲିଆସିଥିଲା । ଏହି ସମୟରେ ସେହି ଗାଁ ଥିବା ଜଣଙ୍କ କୂଅରେ ଭାଲୁଟି ଖସି ପଡ଼ିଥିଲା । ଗାଁର ରାଘବ ମହନ୍ତ ତାଙ୍କ କୂଅରେ ଭାଲୁ ପଡ଼ିଥିବା ଦେଖି ବନବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ ।

Advertisment

ଘଟଣା ସ୍ଥଳରେ ସୁକିନ୍ଦା ବନ ବିଭାଗ କର୍ମଚାରୀ ଓ ଦମକଳ ବାହିନୀର ପହଂଚି ଭାଲୁଟିକୁ କୂଅରୁ ଉଦ୍ଧାର କରିବାକୁ ଚେଷ୍ଟା ଜାରି ରଖିଛନ୍ତି । ଗଭୀର କୂଅରେ ପଡ଼ିଯିବାରୁ ଭାଲୁଟି ଆହତ ହୋଇଥିବା ସୂଚନା ରହିଛି ।