କନକ ବ୍ୟୁରୋ: ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗାରେଞ୍ଜ ଅଧିନ ବରଗାଁ ଠାରେ ଦୀର୍ଘଦିନ ଧରି ଏକ ଜଙ୍ଗଲୀ ଭାଲୁ ଖାଦ୍ୟ ଅନ୍ୱେଷଣ ରେ ଗ୍ରାମ ଭିତରକୁ ଆସି ଉପଦ୍ରବ କରିବା ସହ ଗ୍ରାମର ଘର ଗୁଡିକ ଭିତରକୁ ପଶି ବିଭିନ୍ନ ପ୍ରକାର ଖାଦ୍ୟ ଖାଇବା ସହ ନଷ୍ଟ କରୁଥିଲା । ଏହାକୁ ନେଇ ଗ୍ରାମବାସୀ ବେଶ ଭୟଭୀତ ହେବାସହ ଆତଙ୍କିତ ହୋଇରହୁଥିଲେ । ଏ ନେଇ ଗ୍ରାମବାସୀ ବନ ବିଭାଗକୁ ଖବର ଦେବା ପରେ ବନବିଭାଗ ପକ୍ଷରୁ ସେହି ଭାଲୁକୁ ଧରିବାରେ ସକ୍ଷମ ହୋଇଛନ୍ତି । ଭାଲୁ ସେହି ଗାଁଜଙ୍ଗଲ ନିକଟରେ ଥିବା ଏକ ନିର୍ମାଣ ଧୀନ ଘର ଭିତରେ ପଶି ରହିଥିବା ଖବର ପାଇବା ପରେ ବନ ବିଭାଗ ଘରକୁ ସବୁ ଆଡୁ ବନ୍ଦ କରିବା ସହ ଯନ୍ତା ବସେଇ ଭାଲୁଟିକୁ ଧରିଥିଲା ।

ନବରଙ୍ଗପୁର ଡିଏଫଓ ଶୁଭେନ୍ଦୁ ବେହେରା ଙ୍କ ନିର୍ଦେଶ କ୍ରମେ ସ୍ୱତନ୍ତ୍ର ଟିମ ସହ ଜଙ୍ଗଲୀ ଜନ୍ତୁ ଉଦ୍ଧାରକାରୀ ଦଳ ସେହିଗାଁରେ ନିୟୋଜିତ ହୋଇଥିଲେ ଓ ଭାଲୁଟିକୁ ଧରିବାରେ ସକ୍ଷମ ହୋଇଥିଲେ । ଭାଲୁ ଏକ ଅଜଣା ସ୍ଥାନ ରେରଖାଯିବା ସହିତଭାଲୁ ର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ଭାଲୁଟ ିସୁସ୍ଥହେବା ପରେ ଏକ ଅଜଣା ସ୍ଥାନରେ ଛଡା ଯିବ ବୋଲି ଡିଏଫଓ ସୂଚନା ଦେଇଛନ୍ତି ।