କନକ ବ୍ୟୁରୋ: ଜଙ୍ଗଲରେ ମୁଳୁନି ଖାଦ୍ୟ । ଥାନାରେ ପହଞ୍ଚିଲା ଭାଲୁ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ପାପଡ଼ାହାଣ୍ଡି ଥାନା ପରିସରରେ । ଜଙ୍ଗଲରେ ଖାଦ୍ୟ ଅଭାବ ଯୋଗୁଁ ଏହି ଭାଲୁ ଟି ବିଭିନ୍ନ ସମୟରେ ଜନବସତିକୁ ପଶିଆସୁଥିଲା । ଯାହାକୁ ନେଇ ଆତଙ୍କିତ ଅବସ୍ଥାରେ ରହିଥିଲେ ଅଞ୍ଚଳବାସୀ ।
ଗତ ରାତିରେ ଏହି ଭାଲୁ ଟି ପାପଡାହାଣ୍ଡି ଥାନା ମଧ୍ୟକୁ ପଶି ଆସିଥିଲା । ଥାନା ପରିସରରେ ଭାଲୁଟି ଝରିପୋକ ଖାଉଥିବାରୁ ଭିଡିଓ ଏବେ ସାମ୍ନାକୁ ଆସିଛି । ଏହି ଘଟଣା ପରେ ଅଞ୍ଚଳବାସୀଙ୍କ ମନରେ ଛନକା ପଶିଛି । ଭାଲୁଟି ବାରମ୍ବାର ଜନବସତିକୁ ଆସୁଥିବାରୁ ସନ୍ଧ୍ୟା ହେଲେ ଘରୁ ବାହାରିବାକୁ ଭୟ କରୁଛନ୍ତି ଲୋକେ । ବନ ବିଭାଗ ତୁରନ୍ତ ପଦକ୍ଷେପ ନେଇ ଲୋକଙ୍କୁ ସୁରକ୍ଷା ଦେବାକୁ ଦାବି ହୋଇଛି ।