ନନ୍ଦନକାନନରେ ପର୍ଯ୍ୟଟକଙ୍କ ହାତକୁ କାମୁଡିଦେଲା ଭାଲୁ । ଆକ୍ରମଣରେ ରକ୍ତାକ୍ତ ହେଲେ ପର୍ଯ୍ୟଟକ ।

984

କନକ ବ୍ୟୁରୋ: ପର୍ଯ୍ୟଟକଙ୍କ ହାତକୁ କାମୁଡିଦେଲା ଭାଲୁ । ମଙ୍ଗଳବାର ଅପରାହ୍ନ ୫ଟା ସମୟରେ ନନ୍ଦନକାନନ ଭାଲୁ ସଫାରୀରେ ଘଟିଛି ଏଭଳି ଅଘଟଣ । ଚିଡିଆଖାନା ବୁଲିବାକୁ ଆସିଥିବା ଜଣେ ପର୍ଯ୍ୟଟକଙ୍କ ହାତକୁ ଗୋଟିଏ ଭାଲୁ କାମୁଡି ଦେଇଛି । ତେବେ ମିଳିଥିବା ସୂଚନା ମୁତାବକ, ପର୍ଯ୍ୟଟକ ଜଣକ ସଫାରୀ ବସରେ ବସି ଭାଲୁ ସଫାରୀରେ ବୁଲୁଥିଲେ । ଏହି ସମୟରେ ସେ ବାହାରକୁ ହାତ ବଢାଇଥିବାରୁ ତାଙ୍କ ହାତକୁ ଭାଲୁଟି କାମୁଡି ଦେଇଥିଲା । ଯାହା ଫଳରେ ପର୍ଯ୍ୟଟକ ଜଣକ ରକ୍ତାକ୍ତ ହୋଇଛନ୍ତି । ତେବେ ଏହି ଘଟଣା ପରେ ଏବେ ନନ୍ଦନକାନନ  କର୍ତ୍ତୁପକ୍ଷଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ଉଠିଛି ପ୍ରଶ୍ନ । ପର୍ଯ୍ୟଟକଙ୍କ ଉପରେ  ଭାଲୁର ଏହି ଆକ୍ରମଣ ପଛରେ କିଏ ଦାୟୀ ରହିବ? ଯଦି କିଛି ବଡ ଅଘଟଣ ଘଟିଥାନ୍ତା ତେବେ ଏଥିପ୍ରତି କିଏ ଦାୟୀ ରହିଥାନ୍ତି ତାକୁ ନେଇ ଏବେ ପ୍ରଶ୍ନ ଉଠିଛି ।