କନକ ବ୍ୟୁରୋ : ରଣକ୍ଷେତ୍ର ପାଲଟିଲା ଜନଶୁଣାଣି ସ୍ଥଳ । ପରିବେଶ ପ୍ରଦୂଷଣ ନେଇ ଶୁଣାଣି ଚାଲିଥିବା ବେଳେ ମୁହାଁମୁହିଁ ହେଲେ ଉଭୟ ଗୋଷ୍ଠୀ । ସ୍ଥିତି ଉତେଜନାମୂଳକ ରହିବାରୁ ଜନଶୁଣାଣି ବାତିଲ ହୋଇଛି । କୋରାପୁଟ ଜିଲ୍ଲା ହିଣ୍ଡଲକୋର କଙ୍କଡାଆମ୍ବ ଗାଁରେ ଏପରି ସ୍ଥିତି ଦେଖିବାକୁ ମିଳିଛି । ମାଳି ପର୍ବତର ଖଣି ଖନନ ପାଇଁ ୧୮ଟି ଗ୍ରାମପଂଚାୟତରୁ ଆସିଥିଲେ ୭୦ ଗାଁର ଲୋକେ ।
ଶୁଣାଣି ବେଳେ ହିଣ୍ଡାଲକୋ କମ୍ପାନୀର ବରିଷ୍ଠ ଅଧିକାରୀ, କୋରାପୁଟ ଏଡିଏମ, ଉପଜିଲ୍ଲାପାଳ, ମୈତ୍ରୀ କମ୍ପାନୀର ବରିଷ୍ଠ କର୍ମଚାରୀ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିବା ସୂଚନା ମିଳିଛି । ବିରୋଧୀ ଗୋଷ୍ଠୀ ଚେୟାର ଟେବୁଲ ଫିଙ୍ଗିବା ସହିତ ଶୁଣାଣି ସ୍ଥଳକୁ ମାରଣାସ୍ତ୍ର ଧରି ପଶିଥିବା ଜଣାପଡ଼ିଛି । ହିଣ୍ଡାଲକୋ କମ୍ପାନୀର ବରିଷ୍ଠ ଅଧିକାରୀ ଆହତ ହୋଇ ସେମିଳିଗୁଡା ହସ୍ପିଟାଲରେ ଭର୍ତି ହୋଇଛନ୍ତି । ସ୍ଥିତି ଉତେଜନା ରହିବାରୁ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/34-25.jpg)