ଅକ୍ଟୋବର ମାସରେ ୧୫ଦିନ ବନ୍ଦ ରହିବ ବ୍ୟାଙ୍କ : ରିଜର୍ଭ ବ୍ୟାଙ୍କର ଛୁଟି ତାଲିକା ମୁତାବକ ବର୍ଷର ଏହି ମାସରେ ସବୁଠାରୁ ବ୍ୟାଙ୍କ କର୍ମଚାରୀଙ୍କୁ ମିଳବ ଅଧିକ ଦିନ ଛୁଟି

6,926
କନକ ବ୍ୟୁରୋ : ଅକ୍ଟୋବର ମାସକୁ ଦେଶର ପାର୍ବଣର ମାସ କୁହାଯାଏ । ଏହି ମାସରେ ଦୁର୍ଗାପୂଜା ବ୍ୟତିତ ଅନେକ ପର୍ବ ପଡିଥାଏ । ଏହି ପର୍ବ ପାଇଁ କିଛି ସ୍ଥଳରେ ଶିକ୍ଷାନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟ ବନ୍ଦ୍ ରହୁଥିବା ବେଳେ କିଛି କ୍ଷେତ୍ରରେ ଏସବୁ ସହିତ ବ୍ୟାଙ୍କ୍ ବି ବନ୍ଦ ରହିବ । ତେଣୁ ଆମକୁ ଯଦି ଏହି ମାସରେ ବ୍ୟାଙ୍କରେ କିଛି କାମ ଥାଏ ତାହେଲେ ଆସନ୍ତୁ ଜାଣିବା କେଉଁ କେଉଁ ଦିନ ବ୍ୟାଙ୍କ୍ ବନ୍ଦ ରହିବ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ୨୦୨୦ ଅକ୍ଟୋବର ମାସ ପାଇଁ ବ୍ୟାଙ୍କ୍ ଛୁଟିର ତାଲିକା ଜାରି କରିଛନ୍ତି ।
ଅକ୍ଟୋବର ୨ ତାରିଖରେ ଗାନ୍ଧୀ ଜୟନ୍ତୀ, ୪ ତାରିଖ ରବିବାର, ୧୦ ତାରିଖ ଦ୍ୱିତୀୟ ଶନିବାର, ୧୧ ରବିବାର, ୧୭ ତାରିଖ କାଟି ବିହୁ (ଏହା କେବଳ ଆସାମ ଓ ମଣିପୁର ପାଇଁ), ୧୮ ତାରିଖ ରବିବାର ପାଇଁ ସାରା ଦେଶରେ ବ୍ୟାଙ୍କ ସମୁହ ଛୁଟି ରହିବ । ଅକ୍ଟୋବର ୨୩ ମହାସପ୍ତମୀ , ସେହିଭଳି ଅକ୍ଟୋବର ୨୪ ଦୁର୍ଗା ମହାଷ୍ଟମୀ ଓ ମାସର ଶେଷ ଶନିବାର ହୋଇଥିବାରୁ ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ । ଅକ୍ଟୋବର ୨୫ ରବିବାର, ୨୬, ବିଜୟା ଦଶମୀ, ଅକ୍ଟୋବର ୨୭ ଓ ୨୮ ତାରିଖରେ ଦୁର୍ଗାପୂଜା, ଅକ୍ଟୋବର ୨୯ ମହମ୍ମଦ ଜୟନ୍ତୀ କାରଣରୁ ବ୍ୟାଙ୍କ୍ ବନ୍ଦ ରହିବ ।
ସେହିଭଳି ଅକ୍ଟୋବର ୩୦ ରେ ଇଦ୍ ଏ ମିଲାଦ ପାଇଁ ତ୍ରିପୁରା, ଗୁଜୁରାଟ,ମହାରାଷ୍ଟ୍ର,କର୍ଣ୍ଣାଟକ,ମଧ୍ୟପ୍ରଦେଶ, ତାମିଲନାଡୂୁ, ଉତ୍ତରାଖଣ୍ଡ, ତେଲେଙ୍ଗାନା, ଇମ୍ଫାଲ,ଜମ୍ମୁ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ,ମହାରାଷ୍ଟ୍ର, ଦିଲ୍ଲୀ, ଛତିଶଗଡ,ଝାରଖଣ୍ଡ ଓ କାଶ୍ମୀରରେ ବ୍ୟାଙ୍କ୍ ବନ୍ଦ ରହିବ । ସେହିଭଳି ଅକ୍ଟୋବର ୩୧ ରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ପାଇଁ ଗୁଜୁରାଟ, କର୍ଣ୍ଣାଟକ,ଓଡିଶା ଓ ସିମଲାରେ ବ୍ୟାଙ୍କ ବନ୍ଦ ରହିବ । ଏହାକୁ ବାଦ ଦେଲେ ଅନ୍ୟସବୁ ଦିନ ସାମୁହିକ ଭାବେ ବ୍ୟାଙ୍କ ଖୋଲା ରହବ ।