କନକ ବ୍ୟୁରୋ: ବ୍ୟାଙ୍କ ଗ୍ରାହକଙ୍କ ପାଇଁ ବଡ ଖବର । ଆସନ୍ତା ଏପ୍ରିଲ ମାସରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ । ତେଣୁ କ୍ୟାଲେଣ୍ଡର ଦେଖି ବ୍ୟାଙ୍କ ସହିତ ଜଡିତ କାମ ଶୀଘ୍ର ତୁଟାଇ ଦିଅନ୍ତୁ । ନଚେତ ଆପଣଙ୍କୁ ହଇରାଣ ହେବାକୁ ପଡିବ । ପ୍ରତି ମାସରେ ରବିବାର ବ୍ୟତୀତ ମାସର ଦ୍ୱିତୀୟ ଓ ଶେଷ ଶନିବାର ବ୍ୟାଙ୍କ ବନ୍ଦ ରହିଥାଏ । ଏହାସହ କିଛି ଆଞ୍ଚଳିକ ପର୍ବ ପର୍ବାଣୀ ଯୋଗୁଁ ମଧ୍ୟ ବ୍ୟାଙ୍କ ବନ୍ଦ ରହିଥାଏ । ତେବେ ଏଥର ୧୪ ଦିନ ବ୍ୟାଙ୍କ ବନ୍ଦ ରହୁଥିବାରୁ ଲୋକମାନେ ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି ।

Advertisment

ଏପ୍ରିଲ ମାସର ଏହି ସବୁ ଛୁଟି ଆରବିଆଇ କ୍ୟାଲେଣ୍ଡରରେ ପ୍ରକାଶ ପାଇଛି । ଶନିବାର, ରବିବାର ଓଡିଶା ଓ ବିଭିନ୍ନ ରାଜ୍ୟର ଆଞ୍ଚଳିକ ଛୁଟିକୁ ମିଶାଇ ଏଥର ମୋଟ ୧୪ ଦିନ ବ୍ୟାଙ୍କ ବନ୍ଦ ରହିବ । ଏହା ମଧ୍ୟରେ ଓଡିଶାରେ ୬ ଦିନ ବ୍ୟାଙ୍କ ବନ୍ଦ ରହୁଛି । ତେବେ ଆସନ୍ତୁ ନଜର ପକାଇବା କେଉଁ କେଉଁ ଦିନ ବ୍ୟାଙ୍କ ଛୁଟି ରହିବ ।

ଏପ୍ରିଲ ୧- ଆର୍ଥିକ ବର୍ଷର ଆକାଉଣ୍ଟ ବନ୍ଦ ଓ ଉତ୍କଳ ଦିବସ
ଏପ୍ରିଲ ୨- ଗୁଡ ଫ୍ରାଇଡେ
ଏପ୍ରିଲ ୪- ରବିବାର
ଏପ୍ରିଲ ୫- ବାବୁ ଜଗଜୀବନ ଜନ୍ମବାର୍ଷିକୀ (ହାଇଦ୍ରାବାଦରେ ଥିବା ସମସ୍ତ ବ୍ୟାଙ୍କ ବନ୍ଦ ରହିବ)
ଏପ୍ରିଲ ୧୦- ମାସର ଦ୍ୱିତୀୟ ଶନିବାର
ଏପ୍ରିଲ ୧୧- ରବିବାର
ଏପ୍ରିଲ ୧୩- ଗୁଡି ପାଡୱା (ମହାରାଷ୍ଟ୍ରରେ ଥିବା ସମସ୍ତ ବ୍ୟାଙ୍କ ବନ୍ଦ ରହିବ)
ଏପ୍ରିଲ ୧୪- ମହାବିଷୁବ ସଂକ୍ରାନ୍ତି ଓ ବାବା ସାହେବ ଆମ୍ବେଦକର ଜୟନ୍ତୀ
ଏପ୍ରିଲ ୧୫- ବଙ୍ଗାଳୀ ନୂଆ ବର୍ଷ (ପଶ୍ଚିମବଙ୍ଗର ସମସ୍ତ ବ୍ୟାଙ୍କ ବନ୍ଦ ରହିବ)
ଏପ୍ରିଲ ୧୬- ଭୋଗ ବିହୁ(ଆସାମରେ ଥିବା ସମସ୍ତ ବ୍ୟାଙ୍କ ବନ୍ଦ ରହିବ)
ଏପ୍ରିଲ ୧୮- ରବିବାର
ଏପ୍ରିଲ ୨୧- ଶ୍ରୀ ରାମ ନବମୀ
ଏପ୍ରିଲ ୨୪- ଚତୁର୍ଥ ଶନିବାର
ଏପ୍ରିଲ ୨୫- ରବିବାର
ଗୋଟିଏ ମାସରେ ୧୪ ଦିନ ବ୍ୟାଙ୍କ ବନ୍ଦ ରହୁଥିବାରୁ ଅନ୍ୟ ଦିନ ଗୁଡିକରେ ବ୍ୟାଙ୍କ ଭିଡ ହୋଇପାରେ । ତେଣୁ ବ୍ୟାଙ୍କରେ ଥିବା ନିଜ କାମ ଶ୍ରୀଘ୍ର ସାରି ନିଅନ୍ତୁ କାରଣ ଏପ୍ରିଲ ମାସରେ ମୋଟ ୧୬ ଦିନ ବ୍ୟାଙ୍କ ଖୋଲା ରହିବ । ଯେଉଁଥିପାଇଁ ଆପଣ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।