କରୋନା ଯୋଗୁଁ ଚିନ୍ତାରେ ବେତ କାରିଗର । ମେଳା ମହୋତ୍ସବ ବନ୍ଦ ହେବାରୁ ବିକ୍ରି ହେଇପାରୁନି ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ 

110

କନକ ବ୍ୟୁରୋ : କରୋନା ଯୋଗୁଁ ମେଳା ମହୋତ୍ସବ ଉପରେ ଲାଗିଛି କଟକଣା । ବାଲିଯାତ୍ରା, ତୋଶାଲି ଓ ଶିଶିର ସରସ ଭଳି ମଳା ଉପରେ କଟକଣା ଲଗାଇଛନ୍ତି ସରକାର । ଯାହାକୁ ନେଇ ଚିନ୍ତାରେ ବେତ କାରିଗର । କରୋନା କଟକଣା ଯୋଗୁଁ ବ୍ୟବସାୟ ମାନ୍ଦା ପଡିଥିବା ବେଳେ ବାବି ଯାତ୍ରା ବନ୍ଦର ନିଷ୍ପତି ସେମାନଙ୍କ ଉପରେ ଦାଉ ସାଧିଛି ।

ବାଲିଯାତ୍ରାରେ ବିକ୍ରି ପାଇଁ ପ୍ରସ୍ତୁତ କରିଥିବା ବିଭିନ୍ନ ପ୍ରକାରର ସାମଗ୍ରୀ ଏବେ ପଡି ରହିଛି । ପ୍ରତ୍ୟେକ ବର୍ଷ ଏହି ବାଲିଯାତ୍ରା ଅବସରରେ ବ୍ୟବସାୟୀ ଲକ୍ଷ ଲକ୍ଷ ଟଙ୍କାର ବ୍ୟବସାୟ କରୁଥିବା ବେଳେ ଚଳିତ ବର୍ଷ କରୋନା କଟକଣା ଯୋଗୁଁ କ୍ଷତି ସହିବାକୁ ପଡିଛି । ତେବେ କରୋନା କଟକଣା ସହ କିଛି ମେଳାର ଆୟୋଜନ କରିଲେ ଏହି ସାମଗ୍ରୀ ଗୁଡିକୁ ବିକ୍ରି କରି ଦୁଇ ପଇସା ରୋଜଗାର କରିପାରନ୍ତେ ବୋଲି କହିଛନ୍ତି କାରିଗର ।