ବାଲି ମାଫିଆଙ୍କ କବଜାରେ ଭଦ୍ରକ ଜିଲ୍ଲାର ବୈତରଣୀ ନଦୀ ପଠା । ନଦୀ ଗର୍ଭରୁ ବେଧଡକ ଖୋଲାଚାଲିଛି ବାଲି, ଥାନା ଅଧିକାରୀ ସହଯୋଗ କରୁଥିବାର ବାର୍ତାଳପର ଅଡିଓ ଭାଇରାଲ

83

କନକ ବ୍ୟୁରୋ : ବାଲିମାଫିଆଙ୍କ କବଜାରେ ଭଦ୍ରକ ଜିଲ୍ଲା ବୈତରଣୀ ନଦୀ ପଠା । ନଦୀ ଗର୍ଭରୁ ବେଧଡ଼କ ଭାବେ ଖୋଳାଚାଲିଛି ବାଲି । ବାଲିମାଫିଆମାନେ ପ୍ରତ୍ୟେକ ଦିନ ପ୍ରଶାସନ ଆଖିରେ ଧୂଳି ଦେଇ ନଦୀ ପଠା ତାଡ଼ି ଟନ ଟନ ବାଲି ଚୋରା ଚାଲାଣ କରି ମାଲାମାଲ ହେଉଛନ୍ତି । ନଦୀ ପଠାରୁ ବାଲି ଖନନ ଯୋଗୁଁ ନଦୀରେ ଅଳ୍ପ ପାଣି ଆସିଲେ ସିଧା ଗାଁ ମୁହାଁ ପାଣି ପଶୁଛି । ନଦୀ ଗର୍ଭ ଓ ନଦୀ ପଠାକୁ ବେଆଇନ ଖନନ ଯୋଗୁଁ, ନଦୀ ଅତଡ଼ା ଖାଇ ଓସାର ହେବା ସହ ତାର ଗତିପଥ ମଧ୍ୟ ବଦଳାଇବାରେ ଲାଗିଛି ।

ଏହାକୁ ନେଇ ସ୍ଥାନୀୟ ବାସିନ୍ଦା ଭୟଭୀତ ହେଉଥିବା ବେଳେ ପ୍ରଶାସନ ଏଥିପ୍ରତି ଯତ୍ନଶୀଳ ହେବାକୁ ଦାବି କରିଛନ୍ତି । ତେବେ ସବୁଠୁ ବଡ କଥା ହେଉଛି ଏହି ସବୁ ବାଲିମାଫିଆମାନଙ୍କୁ ଖୋଲାଖୋଲି ଭାବେ ସ୍ଥାନୀୟ ପୋଲିସ ସହଯୋଗ କରୁଥିବା ଅଭିଯୋଗ ହୋଇଛି । ଏପରିକି ପୋଲିସ ଓ ବାଲି ମାଫିଆ ବାର୍ତାଳପର ଅଡ଼ିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଯାହାକୁ ନେଇ ଏବେ ନିଦ ହଜି ଯାଇଛି ଭଦ୍ରକ ପୋଲିସର ।