କୋର୍ଟରେ ଆତ୍ମସମର୍ପଣ ପରେ ଚାଲିଛି ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଜାମିନ ଶୁଣାଣି: ଜାମିନ ଖାରିଜ ହେଲେ ଜେଲ ଯିବେ ବିଧାୟକ

100

କନକ ବ୍ୟୁରୋ: ଖୋର୍ଦ୍ଧା କୋର୍ଟରେ ଆତ୍ମସମର୍ପଣ ପରେ ଚାଲିଛି ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଜାମିନ ଶୁଣାଣି । ଆଜି କୋର୍ଟରେ ପ୍ରଶାନ୍ତ ଜଗଦେବଙ୍କ ଜାମିନ ଖାରିଜ ହେଲେ ଜେଲ ଯିବେ ବିଧାୟକ । ତେବେ ତାଙ୍କ ଉପରେ ଲାଗିଛି ଏସସିଏସଟି ଆଇନ ଓ ଅପରାଧର ସଙ୍ଗୀନ ଦଫା । ଆଇପିସିର ଧାରା ୩୪୧, ୨୯୪, ୩୨୩ ଓ ୫୦୬ ସହ ଅନ୍ୟ ସଙ୍ଗୀନ ଦଫା ଲାଗିଛି । ଖୋର୍ଦ୍ଧା କୋର୍ଟରେ ଆଜି ଆତ୍ମସର୍ମପଣ କରିଥିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ।

ଦୀର୍ଘ ଏକ ମାସ ଧରି ଫେରାର ଥିଲେ ବିଧାୟକ । ବାଲୁଗାଁ ଏନଏସି ଅଫିସରେ ବିଜେପି ନେତାଙ୍କୁ ମାଡ ମାରିବା ଦୃଶ୍ୟ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ ବିଜେଡି ସୁପ୍ରିମୋ । ଏବଂ ତାଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଥିଲା । ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପଦରୁ ମଧ୍ୟ ହଟାଯାଇଛି । ମାଡ ମାରିବା ନେଇ ପ୍ରଶାନ୍ତଙ୍କ ବିରୋଧରେ ଥାନାରେ ଅଭିଯୋଗ ବି ହୋଇଥିଲା । ସେବେଠାରୁ ବିଧାୟକଙ୍କୁ ଧରିବା ନେଇ ପୋଲିସ ଚାଲିଆଡେ ଚଢାଉ ଜାରି ରଖିଥିଲା । ଏହି ଘଟଣା ପରଠୁ ଫେରାର ଥିଲେ ବିଧାୟକ । ଏପିରିକି ପ୍ରଶାନ୍ତଙ୍କ ଆଗୁଆ ଆଗୁଆ ଜାମିନ ଆବେଦନ ଖାରଜ ହୋଇଯାଇଥିଲା