କନକ ବ୍ୟୁରୋ: ପୁଣି ଆସିଲା ଆଉ ଏକ ଅଶୁଭ ଖବର । ଚିତାବାଘ ନେଲା ୬ ବର୍ଷର ଛୁଆର ଜୀବନ । ସୂଚନା ମୁତାବକ, ଛତିଶଗଡ଼ର ସିହାୱା ପାହାଡ ନିକଟସ୍ଥ ଏକ ମନ୍ଦିରକୁ ପରିବାର ସହ ମନ୍ଦିର ଯିବା ସମୟରେ ହିଁ ବାଘଟି ଶିଶୁପୁତ୍ରକୁ ଝାମ୍ପିନେଲା, ପରେ ଆକ୍ରମଣ କରିଥିଲା । ଏହା ପରେ ଗ୍ରାମବାସୀ ଏବଂ ବନ ବିଭାଗ ପିଲାଟିକୁ ବାଘ କବଳରୁ ଉଦ୍ଧାର କରିଥିଲେ । ଶିଶୁଟିକୁ ଉଦ୍ଧାର କରିବା ପରେ ସିହାୱା ମେଡ଼ିକାଲରେ ଭର୍ତ୍ତି କରିଥିଲେ କିନ୍ତୁ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ଶିଶୁପୁତ୍ରର ବୟସ ପାଖାପାଖି ୬ରୁ ୭ ବର୍ଷ ହେବ, ସେ ନବରଙ୍ଗପୁର ତୁହୁଡ଼ି ଗାଁର ନରେନ୍ଦ୍ର ମରକାମଙ୍କ ପୁଅ ଅମିତ ମରକାମ୍ ।
ଅନ୍ୟପଟେ ଏମିତି ଏକ ଅଭାବନୀୟ ଖବର ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଥିବାବେଳେ ବାଘ ପାଇଁ ଭୟଭୀତ ଲୋକେ । ତେବେ ପାଖରେ ଥିବା ଏକ ହନୁମାନ ମନ୍ଦିର ନିକଟକରେ ପ୍ରଥମେ ବାଘଟିକୁ ଦେଖିବାକୁ ମିଳିଥିଲା । ଏହାର କିଛି ସମୟ ପରେ ପରେ ଏମିତି ଲୋମଟାଙ୍କୁରା ଘଟଣା ଘଟିବ ବୋଲି କେହି କଳ୍ପନା ବି କରିନଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/12/Minor-boy-found-dead-inside-nighbours-car-644x362-1.jpg)