ପାଣି ସୁଅରେ କଅଁଳା ଶିଶୁ । ଯାଜପୁର ବରୀରେ ମା ସହ ୨ ମାସର ଶିଶୁ କନ୍ୟାକୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ ଟିମ

999

କନକ ବ୍ୟୁରୋ : ବନ୍ୟା ବେଳେ ପାଣି ଘେରରୁ ଆସିଛି ହୃହୟସ୍ପର୍ଶୀ ଦୃଶ୍ୟ । ଯାଜପୁର ବରୀ ଅଂଚଳର ପାଣି ମୁହଁରୁ କଅଁଳ ଶିଶୁକୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ । ବରୀ ବ୍ଲକ ରାମଚନ୍ଦ୍ରପୁର ଅଂଚଳର ଶଙ୍କରକୂଳ ଗାଁରୁ ୨ ମାସର ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । ଶିଶୁଙ୍କ ସମେତ ୬ ଜଣ ଲୋକ ଏକ ଘରେ ଫସି ରହିଥିଲେ । ଏନେଇ ଖବର ଜଣାପଡିବା ପରେ ଅଗ୍ନିଶମ କର୍ମଚାରୀ ପାଣିର ସ୍ରୋତକୁ କାଟି ଲୋକଙ୍କୁ ଉଦ୍ଧାର କରିଛନ୍ତି । ତେବେ ଲୋକମାନେ ଘରେ ଥିବା ବେଳେ ହଠାତ୍ ବ୍ରାହ୍ମଣୀ ନଦୀର ପାଣି ଗାଁ ଭିତରକୁ ମାଡି ଆସିଥିଲା ।

ବନ୍ୟା ବେଳେ ସାମନାକୁ ଆସିଲା କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇରୁ କରୁଣ ଚିତ୍ର । ଘରେ ପାଣି ପଶି ଯାଇଥିବା ବେଳେ କଦଳୀ ଭେଳା କରି ଘର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେଲେ ଯୁବତୀ । ପଟ୍ଟାମୁଣ୍ଡାଇର ଅଣ୍ଡରା ପଂଚାୟତର ବନ୍ୟା ବିଭିଷିକା ସ୍ପଷ୍ଟ ଜଣାପଡୁଛି । ପଂଚାୟତକୁ ବ୍ରାହ୍ମଣୀ ନଦୀର ବନ୍ୟା ଜଳ ପଶିଛି । ଫଳରେ ଅନେକ ଘର ଜଳମଗ୍ନ ହୋଇ ରହିଛି । ପାଣି ପଶି ଆସିବାରୁ ବହୁ କଚା ଘର ପାଣିରେ ବୁଡିଯାଇଛି । ଫଳରେ ଲୋକ ଘରେ ବନ୍ଦୀ ହୋଇ ରହିଛନ୍ତି । ଘରେ ପାଣି ପଶୁଥିବାରୁ ଲୋକମାନେ ଘର ଛାଡୁଛନ୍ତି । ଜଣେ ଯୁବତୀ କଦଳୀ ଗଛରେ ଭେଳା ବନେଇ ଘର ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରୁଛନ୍ତି । ସକାଳୁ ଭୋକ ଉପାସରେ ଥିବା ଏହି ପରିବାର ଜୀବନ ବଂଚାଇ କିଛି ଆସବାପତ୍ର ସହ ସ୍କୁଲ ଘରକୁ ଯାଉଛନ୍ତି ଥିବାର ଦୃଶ୍ୟ କଏଦ ହୋଇଛି ।