ସୂର୍ଯ୍ୟାସ୍ତ ପରେ ବି ହୋଇପାରିବ ଶବ ବ୍ୟବଚ୍ଛେଦ: ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ହେଲା ନିର୍ଦ୍ଦେଶନାମା

358

କନକ ବ୍ୟୁରୋ: ଏଣିକି ସୂର୍ଯ୍ୟାସ୍ତ ପରେ ବି ହୋଇପାରିବ ଶବ ବ୍ୟବଚ୍ଛେଦ । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ହେଲା ନିର୍ଦ୍ଦେଶନାମା । ଆବଶ୍ୟକୀୟ ଭିତ୍ତିଭୂମି ସହ ହସ୍ପିଟାଲରେ ହୋଇପାରିବ ଶବ ବ୍ୟବଚ୍ଛେଦ । ହସ୍ପିଟାଲରେ ବ୍ୟବସ୍ଥା ଥିଲେ ରାତିରେ ରାତିରେ ପୋଷ୍ଟମର୍ଟମ ହୋଇପାରିବ । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ।

ସେ ଟ୍ୱିଟରେ ଲେଖିଛନ୍ତି, ବ୍ରିଟିଶ ଅମଳର ପୁରୁଣା ବ୍ୟବସ୍ଥା ଶେଷ ହେଲା । ରାତିରେ ଯେଉଁ ହସ୍ପିଟାଲରେ ବ୍ୟବସ୍ଥା ଅଛି ସେଠି ପୋଷ୍ଟମର୍ଟମ ହୋଇ ପାରିବ । ଏବେ କେବଳ ଦିନ ସମୟରେ ହିଁ ପୋଷ୍ଟମର୍ଟମ ହେଉଥିଲା । ହେଲେ ଏବେ କିନ୍ତୁ ରାତିରେ ବି ପୋଷ୍ଟମର୍ଟମ ହୋଇପାରିବ ବୋଲି ନିର୍ଦ୍ଦେଶ ଦିଆଯାଇଛି ।