ଅଷ୍ଟ୍ରେଲିଆ ଯାଉଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର: କୋଭାକ୍ସିନ୍ ଟିକାକୁ ଅନୁମତି ଦେଲେ ଅଷ୍ଟ୍ରେଲିଆ ସରକାର

65

କନକ ବ୍ୟୁରୋ: ଅଷ୍ଟ୍ରେଲିଆ ଯାଉଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର । ଏଣିିକି କୋଭାକ୍ସିନ୍ ଟିକା ନେଇ ଯାତ୍ରୀମାନେ ଅଷ୍ଟ୍ରେଲିଆରେ ପ୍ରବେଶ କରିପାରିବେ । ସୋମବାର ଅଷ୍ଟ୍ରେଲିଆ ସ୍ୱାସ୍ଥ୍ୟ ବିଭାଗ ଏହି ନିଷ୍ପତି ନେଇଛି । ଅଷ୍ଟ୍ରେଲିଆ ସରକାର କୋଭାକ୍ସିନ୍ ଟିକାକୁ ଅନୁମତି ଦେଇଛନ୍ତି । ଯାହା ଫଳରେ କୋଭାକ୍ସିନ ଟିକା ନେଇ ଅଷ୍ଟ୍ରେଲିଆ ଯାତ୍ରା କରିପାରିବେ ଲୋକେ ।

୧୨ ବର୍ଷରୁ ଅଧିକ ବୟସର ଯାତ୍ରୀ କୋଭାସ୍କିନ ଟିକା ନେଇ ଅଷ୍ଟ୍ରେଲିଆକୁ ଯାତ୍ରା କରିପାରିବେ । ତେବେ ସରକାରଙ୍କ ଏଭଳି ନିଷ୍ପତିକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଉଛି । ଅଷ୍ଟ୍ରେଲିଆରେ ପାଠ ପଢୁଥିବା ଭାରତୀୟ ଛାତ୍ରଛାତ୍ରୀ ଓ କର୍ମଚାରୀ ଏହା ଦ୍ୱାରା ବେଶ ଲାଭବାନ ହେବେ ।