ପୂଜ୍ୟ ଗୁରୁଜୀ ଡ଼ ଚନ୍ଦ୍ରଭାନୁ ଶତପଥିଙ୍କ କର କମଳରେ ଶ୍ରୀ ଗୁରୁଭାଗବତ ସ୍ତମ୍ଭ ର ଶୁଭ ଉଦଘାଟନ ସମାରୋହ..

Advertisment
ପୂଜ୍ୟ ଗୁରୁଜୀ ଡ଼ ଚନ୍ଦ୍ରଭାନୁ ଶତପଥିଙ୍କ କର କମଳରେ ଶ୍ରୀ ଗୁରୁଭାଗବତ ସ୍ତମ୍ଭ ର ଶୁଭ ଉଦଘାଟନ ସମାରୋହ..

କନକ ବ୍ୟୁରୋ : ସର୍ବ ପ୍ରଥମେ ଗୋପାଳପୁର ଗ୍ରାମ ର ପ୍ରବେଶ ପଥରେ ଗ୍ରାମର ମହନ୍ତ, ଅଧିକାରୀ, କର୍ପୋରେଟର ଓ ଅନ୍ୟ ମୁଖିଆ ବ୍ୟକ୍ତିଙ୍କ ଦ୍ୱାରା ଗୁରୁଜୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇ ଗ୍ରାମକୁ ପାଛୋଟି ନିଆଗଲା..ଓ ପରେ ପରେ ଟୁଙ୍ଗୀ ତରଫ ରୁ ଶ୍ରୀ ବଟକୃଷ୍ଣ ରାୟ, ଦୀପ୍ତି ରାୟ ଓ ମୁକ୍ତି ରାୟ ଙ୍କର ଗୁରୁଜୀଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦ୍ୱାରା ସ୍ୱାଗତ କରାଯାଇଥିଲା..

ଗୁରୁଜୀଙ୍କ ଟୁଙ୍ଗୀ ରେ ପ୍ରତିଷ୍ଠିତ ଶ୍ରୀ ଜଗନ୍ନାଥ, ଶ୍ରୀ ମହାଦେବ ଙ୍କୁ ପୂଜାର୍ଚନା କରିଥିଲେ.ଅତି ସରଳ ଓ ସହଜତକ୍ଷର ଆତ୍ମିକ ପରିବେଷରେ ଟୁଙ୍ଗୀ ର ମହିଳା ସଦସ୍ୟା ମାନଙ୍କ ଦ୍ୱାରା ପୂଜ୍ୟ ଗୁରୁଜୀଙ୍କର ଚରଣ ସେବା.. ମାଲ୍ୟାର୍ପଣ.. ବସ୍ତ୍ର ଦାନ.. ନଇବେଦ୍ୟ ଅର୍ପଣ..ଓ ଶ୍ରୀ ଗୁରୁଭାଗବତ ଗାୟନ କରାଯାଇଥିଲା.. ଭାବ ଭକ୍ତି, ଉଲ୍ଲାସ ଭରା ହୋଇଯାଇଥିଲା ଟୁଙ୍ଗୀ ର ଅଗଣା ଶ୍ରୀଗୁରୁଙ୍କ ପଵିତ୍ର ତଥା ଦିବ୍ୟ ସ୍ପର୍ଶରେ..

ଟୁଙ୍ଗୀ ର ସଦସ୍ୟା ଶ୍ରୀମତୀ ଦୀପିକା ମିଶ୍ର ଙ୍କ ଦ୍ୱାରା ଶ୍ରୀ ଜଗନ୍ନାଥ ଓ ଶ୍ରୀ ଗୁରୁଦେବଙ୍କ ଉଦେଶ୍ୟରେ ନୃତ୍ୟ ମାଧ୍ୟମରେ ଗୁରୁ ପୂଜନ ଅତି ଭାବଛ୍ଵାସ ରେ ଅର୍ପଣ କରାଯାଇଥିଲା.. ପୂଜ୍ୟ ଗୁରୁଜୀ ଙ୍କ ଦିବ୍ୟ ସ୍ପର୍ଶ ରେ ଶ୍ରୀ ଗୁରୁଭାଗବତ ସ୍ତମ୍ଭ ର ଶୁଭ ଉଦଘାଟନ କାର୍ୟ୍ୟକ୍ରମ ସମ୍ପାଦିତ ହୋଇଥିଲା ବେଳେ ପୂଜ୍ୟ ଗୁରୁଜୀ ଙ୍କ ପଵିତ୍ର ତଥା ଦିବ୍ୟ ସ୍ପର୍ଶ ରେ ଅଭିନବ ଶ୍ରୀ ଗୁରୁଭାଗବତ ମବଳର ବଣ୍ଟନ କରିଥିଲେ ସମସ୍ତଙ୍କର ପ୍ରିୟ ଗୁରୁଜୀ.. ଏକ ସହଜ ସ୍ଥିତିରେ ରହି ସମସ୍ତଙ୍କୁ କେବଳ କରୁଣା ବର୍ଷା କରୁଥିଲେ ଗୁରୁଜୀ..ଟୁଙ୍ଗୀ ତରଫରୁ ନିୟମିତ ପ୍ରକାଶ ପାଉଥିବା ଶ୍ରୀ ଗୁରୁଭାଗବତ-ଏକ ଦିବ୍ୟ ଚେତନା,(ପତ୍ରିକା)ର ଶୁଭ ମୁକ୍ତି ହୋଇଥିଲା ପୂଜ୍ୟ ଗୁରୁଜୀଙ୍କ ଦିବ୍ୟ କର କମଳରେ..

ଟୁଙ୍ଗୀ ତରଫ ରୁ ପ୍ରତି ଗୁରୁବାର ୟୁଟ୍ୟୁବ୍ ମାଧ୍ୟମରେ ପ୍ରସାରିତ ହେଉଥିବା ଶ୍ରୀ ଗୁରୁଭାଗବତ ପଠନ ଓ ବ୍ୟାଖ୍ୟାର ପ୍ରତିଯୋଗୀମାନଙ୍କୁ ପୂଜ୍ୟ ଗୁରୁଜୀଙ୍କ ଦ୍ୱାରା ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା.. ଓଡିଶା ଭିତରୁ ଓ ବାହାରୁ ଆସିଥିବା ଅତିଥି ମାନଙ୍କୁ ମଧ୍ୟ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା ଓ ହର୍ଷ ଉଲ୍ଲାସ ର ସହିତ ପାରମ୍ପରିକ ଖାଦ୍ୟ ପରିବେଷଣ କରାଯାଇଥିଲା.. ବହୁତ ଜାଗାରୁ ଗୁରୁଜୀ ଓ ଗୁରୁଭାଗବତ ପ୍ରେମୀ ମାନଙ୍କର ଏକ ବନ୍ଧୁ ମିଳନ ହୋଇଥିଲା, ଟୁଙ୍ଗୀ ର ପଵିତ୍ର ଅଗଣାରେ..ସାଇ ସେବକ ଶ୍ରୀ ଶୁଭକ୍ଷନ୍ବେଷ ରଥ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ..

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe