ଦୁଇ ଅଧିକାରୀଙ୍କୁ କେନ୍ଦ୍ରମନ୍ତ୍ରୀ ମାଡ ମାରିବା ଘଟଣା: ଅଧିକାରୀଙ୍କୁ ମନ୍ତ୍ରୀ ଫୋନରେ ଧମକାଉଥିବାର ଆସିଲା ଅଡିଓ

Advertisment
ଦୁଇ ଅଧିକାରୀଙ୍କୁ କେନ୍ଦ୍ରମନ୍ତ୍ରୀ ମାଡ ମାରିବା ଘଟଣା: ଅଧିକାରୀଙ୍କୁ ମନ୍ତ୍ରୀ ଫୋନରେ ଧମକାଉଥିବାର ଆସିଲା ଅଡିଓ

କନକ ବ୍ୟୁରୋ: ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦୁଇ ଅଧିକାରୀଙ୍କୁ କେନ୍ଦ୍ରମନ୍ତ୍ରୀ ମାଡ ମାରିବା ଘଟଣା ପରେ ଏବେ ବିବାଦରେ ମନ୍ତ୍ରୀ । ଦୁଇ ଅଧିକାରୀଙ୍କ ଭିତରୁ ଜଣଙ୍କୁ ଫୋନରେ ଧମକାଉଛନ୍ତି ମନ୍ତ୍ରୀ । ଯଦି ମୋ ଅଫିସ ନଆସିବ ମୁଁ ଯିବି ଯାହା ହେବ ବୁଝିବ । ଫାଇଲ ଧରି ମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଆସିବା ପାଇଁ କହିବା ସହ ଏକ ପ୍ରକାର ଧମକ ଦେଉଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶର ଟୁଡୁ ।

ମୟୁରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦୁଇ ଅଧିକାରୀଙ୍କୁ କେନ୍ଦ୍ରମନ୍ତ୍ରୀ ମାଡ ମାରିବା ଘଟଣାରେ ମାମଲା କରିଛି ପୋଲିସ । ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କେନ୍ଦ୍ରର ଦୁଇ କର୍ମଚାରୀ ଅଶ୍ୱୀନି କୁମାର ମଲ୍ଲିକ ଓ ଦେବାଶିଷ ମହାପାତ୍ରଙ୍କ ଅଭିଯୋଗ ଆଧାରରେ ମାମଲା କରାଯାଇଥିବା ସୂଚନା ଦେଇଛନ୍ତି ବାରିପଦା ଏସଡିପିଓ । କେକେ ହରିପ୍ରସାଦଙ୍କ ସୂଚନା ଅନୁଯାୟୀ, ଏନେଇ ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଛି । ତେଣୁ ଆଇପିସିର ଧାରା ୩୨୩ ଅର୍ଥାତ ଅନ୍ୟକୁ ଆଘାତ ଦେବା, ୩୨୫ ଅର୍ଥାତ ଗମ୍ଭୀର ଆଘାତ, ୩୪୧ ଅର୍ଥାତ ଜୋରଜବରଦସ୍ତ ଅଟକାଇବା, ୨୯୪ ଅର୍ଥାତ ଅପଶବ୍ଦ ପ୍ରୟୋଗ ଏବଂ ୫୦୬ ଅର୍ଥାତ ଅପରାଧିକ ଆଭିମୁଖ୍ୟ ରଖି ଧମକାଇବା ଭଳି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।

ଗତକାଲି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ନାଁରେ ସାଂଘାତିକ ଅଭିଯୋଗ ହୋଇଥିଲା । ଦୁଇ ସରକାରୀ କର୍ମଚାରୀଙ୍କୁ ସେ ମାଡ ମାରିଥିବା ଅଭିଯୋଗ ହୋଇଥିବାବେଳେ ଆହତ ହୋଇ ଦୁଇ କର୍ମଚାରୀ ଅଶ୍ୱିନୀ କୁମାର ମଲ୍ଲିକ ଏବଂ ଦେବାଶିଷ ମହାପାତ୍ର ପଣ୍ଡିତ ରଘୁନାଥ ମୁର୍ମୁ ହସ୍ପିଟାଲରେ ଭର୍ତି ହୋଇଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କେନ୍ଦ୍ରର ଉପ ନିର୍ଦ୍ଦେଶକ ଏବଂ ସହକାରୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି ଏହି ଦୁଇ ଜଣ ବ୍ୟକ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe