କନକ ବ୍ୟୁରୋ: ଓଡ଼ିଆ ସିନେମାଙ୍କୁ ମିଳୁନି ଦର୍ଶକ । ଖାଁ ଖାଁ ସିନେମା ହଲ୍୍, ହଲରୁ ମୁହଁ ଫେରାଇ ନେଉଛନ୍ତି ଦର୍ଶକ । ବହୁ ଚର୍ଚ୍ଚିତ ଦମନ ଓ ପ୍ରତୀକ୍ଷା ଭଳି ଫିଲ୍ମ ଆସିବା ପରେ ଓଡ଼ିଆ ସିନେମାକୁ ନେଇ ଯେଉଁ ଆଶା କରାଯାଉଥିଲା, ଓଡ଼ିଆ ଫିଲ୍ମ କ୍ଷେତ୍ରରେ ସେଭଳି କିଛି ଘଟୁନି । ପୁଣି ଥରେ ଓଡ଼ିଆ ସିନେମା ପ୍ରତି ମୁହଁ ଫେରାଉଛନ୍ତି ଦର୍ଶକ ।
ଏହି ଶୁକ୍ରବାର ରିଲିଜ୍ ହୋଇଛି ୩ଟି ଓଡ଼ିଆ ଫିଲ୍ମ । ଭୁବନେଶ୍ୱର ଓ କଟକ ସମେତ ବିଭିନ୍ନ ସିନେମା ହଲରେ ଏହି ୩ଟି ଫିଲ୍ମ ରିଲିଜ୍ ହୋଇଛି । ହେଲେ ଆଶା ଅନୁସାରେ ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁନି । ଗତ ଶୁକ୍ରବାର ରିଲିଜ୍ ହୋଇଥିଲା-ନାରୀ ନୁହେଁତୁ ଅର୍ଦ୍ଧନାରୀ, ମନସ୍କ ଏବଂ ମନ ମ୍ୟୁଜିୟମ୍ । ଭିନ୍ନଧରଣର କାହାଣୀକୁ ନେଇ ଫିଲ୍ମ ପ୍ରସ୍ତୁତ ହୋଇଥିଲେ ମଧ୍ୟ ଏହି ୩ଟି ଫିଲ୍ମକୁ ନେଇ ଦର୍ଶକଙ୍କ ସେଭଳି ରୁଚି ଦେଖିବାକୁ ମିଳୁନାହିଁ । ଗୋଟିଏ ପଟେ ଯେତେବେଳେ ଓଡ଼ିଆ ଫିଲ୍ମକୁ ଦର୍ଶକ ମିଳୁନି ସେତେବେଳେ ରିଲିଜ୍ ହୋଇଥିବା ହିନ୍ଦୀ ଫିଲ୍ମ ବେଶ ଭଲ ରୋଜଗାର କରୁଛି ।
ତୁ ଝୁଠି ମେ ମକ୍କାର, ମିଷ୍ଟର ଚାର୍ଟାଜୀ ଭର୍ସେସ୍ ନରୱେ ଏବଂ ଜ୍ୱିଗାଟୋ ଭଳି ହିନ୍ଦୀ ସିନେମା ଭଲ ରୋଜଗାର କରୁଥିବା ବେଳେ ଓଡ଼ିଆ ସିନେମାକୁ ଦର୍ଶକ ମିଳୁନାହଁନ୍ତି । ଏଭଳି କାହିଁକି ହେଉଛି? ପୁଣି ଥରେ ଓଡ଼ିଆ ସିନେମା ପଛକୁ ଫେରିଯାଉଛି କି? ବର୍ତମାନ ଏଭଳି କିଛି ପ୍ରଶ୍ନ ଉଠୁଛି ।
- ଓଡ଼ିଆ ସିନେମାରୁ କାହିଁକି ମୁହଁ ଫେରାଇ ନେଉଛନ୍ତି ଦର୍ଶକ?
- ଦମନ ଓ ପ୍ରତୀକ୍ଷାର ସଫଳତା କାହିଁକି ବଳବତ୍ତର ରହୁନି?
- ଦର୍ଶକଙ୍କୁ କାହାଣୀ ପସନ୍ଦ ଆସୁନି ନା’ ଫିଲ୍ମ ପସନ୍ଦ ଆସୁନି?
- ନିକଟରେ ରିଲିଜ୍ ହୋଇଥିବା ୩ଟି ଫିଲ୍ମର ସମାନ ଅବସ୍ଥା!
- ହିନ୍ଦୀ ସିନେମା ଦେଖୁଛନ୍ତି ହେଲେ ଓଡ଼ିଆ ଫିଲ୍ମ କାହିଁକି ନୁହେଁ?
- ଭୁବନେଶ୍ୱର କଟକ ସମେତ ଅନେକ ସହରରେ ସମାନ ଅବସ୍ଥା
Follow Us