ମନ୍ଦିର ତାଲା ଭାଙ୍ଗି ଲୁଟ୍ ଉଦ୍ୟମ ମାରିଲା ଫେଲ୍: ପାଖରେ ଥିବା ଘରେ ଲଗାଇଦେଲେ ନିଆଁ

68

କନକ ବ୍ୟୁରୋ: ଫେଲ ମାରିଲା ମନ୍ଦିର ତାଲା ଭାଙ୍ଗି ଲୁଟ ଉଦ୍ୟମ । ଫେଲ ମାରିବା ପରେ ଘରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ । ବାଲିଅନ୍ତା ଥାନା କୁଳସାହି ଗ୍ରାମର ମା’ ବାସୁଳେଇ ମନ୍ଦିର ନିକଟରେ ଅଘଟଣ । ମନ୍ଦିରକୁ ଚୋରି କରିବାକୁ ଆସି କିଛି ପାଇଲେନି ଦୁର୍ବୃତ୍ତ । ରାଗରେ ମନ୍ଦିର ପାଖରେ ଥିବା ଘରେ ନିଆଁ ଲଗାଇଦେଲେ । ନିଆଁ ଲାଗିବା ଫଳରେ ଘରଟି ସମ୍ପୂର୍ଣ୍ଣ ଜଳି ଯାଇଛି । ଏଥିରେ କାହାର ପ୍ରାଣହାନୀ ଘଟିନଥିବା ବେଳେ କିଛି ସାମଗ୍ରୀ ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି ।