କନକ ବ୍ୟୁରୋ: ହସ୍ପିଟାଲରୁ ବାହାରି ପୋଲିସ ଡିଜିଙ୍କ ଉପରେ ବର୍ଷିଲେ ବିଜେପିର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ । ନିର୍ବାଚନ ବେଳେ ସେ ବ୍ରହ୍ମପୁର ଗୋଷାଣିନୂଆଗାଁର ବୁଥକୁ ଯାଇଥିଲେ । ଏହି ସମୟରେ ସେ ଆକ୍ରମଣର ଶିକାର ହୋଇଥିଲେ । ପୁଲିସ ଉପସ୍ଥିତିରେ ସେ ଆକ୍ରମଣର ଶିକାର ହେବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଏହା ପୁଲିସର ହିଁ ଏକ ବିଫଳତା ବୋଲି କହିଛନ୍ତି । ଏହି ଘଟଣା ପରେ ପୋଲିସ ଡିଜି କହିଥିଲେ, ନିର୍ବାଚନୀ ହିଂସାକୁ ଗ୍ରହଣ କରାଯିବନି । କିନ୍ତୁ ସେ କେବଳ ନିର୍ବାଚନ କମିଶନଙ୍କୁ ଡରି ଏପରି କହିଥିଲେ ବୋଲି ପ୍ରଦୀପ ପାଣିଗ୍ରାହୀ କହିଛନ୍ତି । ତାଙ୍କ ଛାତିରେ ହାଡ ଭାଙ୍ଗିଛି । ଅପରେସନ ହୋଇଛି । ଠିକ୍ ହେବାକୁ ୩ ମାସ ସମୟ ଲାଗିବ ବୋଲି କହିଛନ୍ତି ପ୍ରଦୀପ ।
ହସ୍ପିଟାଲରୁ ବାହାରି ପୋଲିସ ଡିଜିଙ୍କ ଉପରେ ବର୍ଷିଲେ ପ୍ରଦୀପ ପାଣିଗ୍ରାହୀ: କହିଲେ, ପୁଲିସ ଉପସ୍ଥିତିରେ ଆକ୍ରମଣ ପୁଲିସର ବିଫଳତା ବଖାଣୁଛି
/kanak/media/post_attachments/wp-content/uploads/2024/05/3-38.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)